ରାହାମା ତା ୧୧/୦୫/୨୦୨୪ କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତରେ ଥିବା ଶ୍ରୀଶ୍ରୀ ଦଧିବାମନ ଜୀଉ ଶ୍ରୀଶ୍ରୀ ମଦନ ମୋହନ ଜୀଉ ମଠ ସାଇଲୋ କନ୍ଦମୂଳ ପଡିଆ ରାହାମା ଠାରେ ଚଳିତ ବର୍ଷ ରଥଯାତ୍ରା କୁ ନେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ତିନିରଥ ନିର୍ମାଣ ନିମନ୍ତେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରଥକାଠ ଅନୁକୂଳ ଶୁଭ ମୁହୂର୍ତ୍ତରେ ଆମ ଅଞ୍ଚଳର ବିଶ୍ୱକର୍ମା,ବୈଦିକ ବ୍ରାହ୍ମଣ ଓ ମଠ ପରିଚାଳନା ପରିଷଦର ସମସ୍ତ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ମଣ୍ଡଳ ଉନ୍ନୟନ ଅଧିକାରୀ କୁଜଙ୍ଗ ତଥା ଠାକୁର ରାଜା ଦିପକ କୁମାର ସ୍ୱାଇଁ ରଥକାଠ ଅନୁକୂଳ ପାଇଁ ସମସ୍ତ ବୈଦିକ ରୀତିନୀତି ଅନୁଯାଇ ପୂଜାବିଧି ସମ୍ପାଦନା କରି ତିନିରଥ ନିର୍ମାଣ ନିମନ୍ତେ ରଥକାଠ ଅନୁକୂଳ କରିଥିଲେ। ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ପରେ ଠାକୁର ରାଜା ଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ମଠ ପରିଚାଳନା ପରିଷଦର ସଭାପତି ଶ୍ରୀଯୁକ୍ତ ରବି ନାରାୟଣ ସାହୁ ଅନୁପସ୍ଥିତ ଥିଲେ।ସାଧାରଣ ସମ୍ପାଦକ ସମାଜସେବୀ ଆଡ଼ଭୋକେଟ ଡ଼ଃ ସୁନାକର ବେହେରା ପୂର୍ବ ଅଧିବେଶନର ବିବରଣୀ ପଠନ କରିବାପରେ ଠାକୁର ରାଜାଙ୍କୁ ରଥଯାତ୍ରା ସମ୍ପର୍କରେ ସମସ୍ତ ବିଷୟ ଅବଗତ କରି ଚଳିତ ୨୦୨୪ ରଥଯାତ୍ରା କିପରି ଅଧିକ ସରସ ସୁନ୍ଦର ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ ।ଉପସ୍ଥିତ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଉପଦେଷ୍ଟା କିଶୋରୀ ଚନ୍ଦ୍ର ଦାସ,ରଶ୍ମୀକାନ୍ତ ଦାଶ,ପ୍ରଦୀପ କୁମାର ସାହୁ, ଶିକ୍ଷକ ଶରତ ଚନ୍ଦ୍ର ସାହୁ,ବରିଷ୍ଠ ସଭ୍ୟ ମନୋହର ସ୍ୱାଇଁ,ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, ମଠର ମହାପ୍ରଭୁଙ୍କ ସେବିକା ସ୍ବର୍ଣ୍ଣମାତା, ପୂଜକ ତପନ ନନା, ମହାରଣା ସେବକ ରୋହିତ ସୁତାର,ରାଜସ୍ବ ନିରୀକ୍ଷକ ଅଧିକାରୀ ରାହାମା, ବିଦ୍ୟୁତ ବିଭାଗର କନିଷ୍କ ଯନ୍ତ୍ରୀ ଆଦିତ୍ୟ ପ୍ରସାଦ ମହାନ୍ତି ଇତ୍ୟାଦି ଉପସ୍ଥିତ ଥିଲେ। ସର୍ବଶେଷରେ ମଠ ପରିଚାଳନା କମିଟିର କୋଷାଧକ୍ଷ ଭିକାରୀ ଚରଣ ସେନାପତି ଙ୍କ ଶରୀରର ଆସୁଆରୋଗ୍ୟ କାମନାକରି ସମ୍ପାଦକ ଠାକୁର ରାଜାଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
