ରାହାମା ୫/୨ ମହାରାଷ୍ଟ୍ରର ନାଗପୁର ଠାରେ ଭାରତ ସରକାରଙ୍କ ନୀତି ଆୟୋଗ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ଜାତୀୟ ଖାଉଟି ସମ୍ମିଳନୀରେ ଓଡିଶା ଖାଉଟି କଲ୍ୟାଣ ପରିଷଦର ରାଜ୍ୟ ସମ୍ପାଦକ ସମାଜସେବୀ ଡ଼ଃ ସୁନାକର ବେହେରାଙ୍କ ସହିତ କେନ୍ଦ୍ରୀୟ ଉପସଭାପତି ଶ୍ରୀ ବିଜୟ ମହାନ୍ତି ଏବଂ ପଶ୍ଚିମ ଓଡିଶା ସଭାପତି ବରିଷ୍ଠ ଆଇନୀଜୀବୀ ଶ୍ରୀ ଜଗବନ୍ଧୁ ସରାଫଙ୍କୁ ସଂମ୍ମାନିତ କରାଯାଇ ସାର୍ଟିଫିକେଟ ପ୍ରଦାନ କରାଯାଇଅଛି.ଉକ୍ତ ସମ୍ମିଳନୀରେ କଂଜୁମର କମ ଫେଡେରେସନ ଅଫଇଣ୍ଡିଆ ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ ଅନନ୍ତ ନାରାୟଣ ଶର୍ମା,ପ୍ରିନସିପାଲ ସେକ୍ରେଟାରୀ ଦେବେନ୍ଦ୍ର ତିୱାରୀ,ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଡ଼ଭାଇଜରୀ ବୋର୍ଡ ସଦସ୍ୟ ଶ୍ରୀ ଭିଖ୍ୟାତ ସେନାଇଁ,ସଭାପତି ଡ଼ଃ ଅରୁଣ କୁମାର,ସିସିଆଇ ଭାଇସ ପ୍ରେସିଡେଣ୍ଟ ପ୍ରୀତି ପାଣ୍ଡିଆନ ଯୋଶୀଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା.ଡ଼ଃ ବେହେରା ଓଡିଶା ରାଜ୍ୟର ଖାଉଟି ସମାସ୍ୟା ଉପରେ ପ୍ରତିନିଧିତ୍ୱ କରିବା ସହ ଖାଉଟି ମାନଙ୍କ ସମସ୍ୟା ଉପରେ ସରକାର ବିଶେଷ ଗୁରୁତ୍ୱ ଦେବା ଓ ସାଧାରଣ ଉପଭୋକ୍ତା ମାନଙ୍କ ସଚେତନ ପ୍ରତି ବିଶେଷ ଧ୍ୟାନ ଦେବାକୁନେଇ ନିଜର ଅଭିମତ ପ୍ରଦାନ କରିଥିଲେ.ଏହି ଜାତୀୟ ସମ୍ମିଳନୀରେ ଶ୍ରୀ ଭିଏମ ରେଡି ତେଲେଙ୍ଗାନା ରାଜ୍ୟ ସଭାପତି,କୈଳାସ କୁମ୍ବାତ୍ତ ଚକ୍ରପାଣି ସାଧାରଣ ସଚିବ,ଶ୍ରୀମତୀ ଶିବପାର୍ବତୀ ସିସିଆଇ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ,ଜୀ ଜୟନ୍ତୀ ମହିଳା ଅଧ୍ୟକ୍ଷ ପଣ୍ଡିଚେରୀ ଙ୍କ ସହିତ ଭାରତର ବିଭିନ୍ନ ପ୍ରଦେଶରୁ ରାଜ୍ୟ ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ଏହି ଜାତୀୟ ସମ୍ମିଳନୀରେ ଯୋଗଦେଇ ନିଜନିଜ ରାଜ୍ୟର ସନ୍ଦର୍ଭ ଓ ଆଭିମୁଖ୍ୟ ଉପସ୍ଥାପନା କରିଥିଲେ.ଓଡିଶା ସରକାରଙ୍କ ମାନ୍ୟବର ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚି ନାୟକ,ମାନ୍ୟବର କୃଷି ଓ କୃଷକ ସଶକ୍ତି କରଣ, ମତ୍ସ ସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ମାନ୍ୟବର ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ,ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ,ଜଗତସିଂହପୁର ବିଧାୟକ ତଥା ରାଜ୍ୟ ମୁଖ୍ୟ ସଚେତକ ଓଡିଶା ସରକାର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି,କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ,ପାରାଦ୍ୱୀପ ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାଏ,ଜଗତସିଂହପୁର ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱାରୀ କୃତଜ୍ଞତା ପ୍ରଦାନ ସହିତ ଓଡ଼ିଶାର ଅନେକ ସରକାରୀ ଓ ବେସରକାରୀ ସଂଗଠନ, ଜଗତସିଂହପୁର ଜିଲ୍ଲା ବାର ଆସୋସିଏସନ,କୁଜଙ୍ଗବାର,ତିର୍ତୋଲ ବାର ଆସୋସିଏସନ ଏବଂ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ପୂର୍ବତ୍ତନ ସାଂସଦ ଡାକ୍ତର କୁଳମଣି ସାମଲ,ପାରାଦ୍ୱୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ,ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ କବି ପିତାମ୍ବର ତରାଇ, ଓଡିଶା ସାହିତ୍ୟ ଏକାଡେମୀ ପ୍ରାକ୍ତନ ସଭ୍ୟ ଅକ୍ଷୟ କୁମାର ରାଉତ,କୁଜଙ୍ଗ ବାର ଆସୋସିଏସନ ସଭାପତି ବରିଷ୍ଠ ଆଇନୀଜୀବୀ ଶ୍ରୀ ସୁଶାନ୍ତ କୁମାର ପଟ୍ଟନାୟକ, ଓଡିଶା ଗ୍ରାହକ କଲ୍ୟାଣ ପରିଷଦ ଅଧ୍ୟକ୍ଷ ଶ୍ରୀ ବଇଁଶୀଧର ଆଚାର୍ଯ୍ୟ,ଓଡିଶା ସାମ୍ବାଦିକ ସଙ୍ଘର ରାଜ୍ୟ ସଭାପତି ଶ୍ରୀ ଶଶୀଭୂଷଣ ପ୍ରହରାଜ ଇତ୍ୟାଦି ଶୁଭେଛୁ ମାନେ ଡ଼ଃ ବେହେରାଙ୍କୁ ଶୁଭେଚ୍ଛା ସହିତ ଅଭିନନ୍ଦନ ପ୍ରଦାନ କରିଛନ୍ତି.
