ରଘୁନାଥପୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଜନୈକ ହିତାଧିକାରୀଣିଙ୍କ ଜମାଖାତାରୁ ଗାଏବ ହୋଇ ଯାଇଥିବା ୫ଲକ୍ଷ ଟଙ୍କାକୁ ଗତକାଲି ଜୋରିମାନା ସହ ତାଙ୍କ ଜମାଖାତାରେ ଡିପୋଜିଟ କରି ସମସ୍ତ ଜମାକାରୀଙ୍କ ନିକଟରେ ଆସ୍ଥାଭାଜନ ହୋଇପାରିଛି । ପ୍ରକାଶ ଥାଉକି,ବୋଦର ଗ୍ରାମର ସୋମନାଥ ସେଠିଙ୍କ ଝିଅ ମଧୁସ୍ମୀତା ସେଠି ରଘୁନାଥପୁ ର ଷ୍ଟେଟ ବ୍ୟାଙ୍କ ଶାଖାରେ ଏକ ଜମା ଖାତା ଖୋଲି ୫ଲକ୍ଷ ଟଙ୍କା ଜମା ରଖିଥିଲେ । ଏହି ଟଙ୍କାରୁ ସେ କୌଣସି ଗୋଟିଏ ଟଙ୍କା ମଧ୍ୟ ନଉଠାଇ ଥିଲେବି କିଛି ଦିନ ପରେ ଜମାଖାତାରୁ ଟଙ୍କା ଉଠାଇବାକୁ ଯାଇ ସେହି ଆକାଉନ୍ଟରେ କୌଣସି ଟଙ୍କା ନଥିବା ସେ ଜାଣିବାକୁ ପାଇଥିଲେ ।ଏ ବାବଦରେ ସେ ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣାଇବାରୁ କଂପୁଟର ସର୍ଚ୍ଚକରି ଗତ ୭.୬.୧୯ ରୁ ୧୦.୮.୧୯ ତାରିଖ ୬୨ ଦିନ ମଧ୍ୟରେ ପ୍ରତ୍ୟେକ ଥର ୧୦୦୦୦ ଟଙ୍କା କରି ୫୦ ଥର ଟଙ୍କା ଉଠାଣ ହୋଇ ଯାଇଛି ବୋଲି ମ୍ୟାନେଜର କହିଥିଲେ ।ହିତାଧୀକାରୀଣୀ ନିଜେ କୌଣସି ଟଙ୍କା ଏହି ଆକାଉଣ୍ଟରୁ ଉଠାଇ ନଥିବା ଏବଂ ଏ ବାବଦରେ କଣ କରାଯିବ ଉତରରେ ସାଇବର କେଫ ଯିବାକୁ ମ୍ୟାନେଜର ତାଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ମଧୁସ୍ମୀତା ରଘୁନାଥପୁର ଥାନାରେ ୯୯/୧୯ରେ ଏକ ଏତଲା ଦରଜ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠନ ଫଳପ୍ରଦ ନ ହେବାରୁ ଖାଉଟି ସୁରକ୍ଷା ପରିଷଦର କାଉନସିଲରଙ୍କ ପରାମର୍ଶ କ୍ରମେ ଜଗତ୍ ସିଂହପୁର କଂଜୁମର କୋର୍ଟରେ ୯୮/୧୯ ରେ ଏକ ମାମଲା ଋଜୁ କରିଥିଲେ । ମାନ୍ୟବର କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ରଘୁନାଥପୁର ଷ୍ଟେଟ ବ୍ୟାଙ୍କ ଶାଖା ମୂଲଜମା ୫ଲକ୍ଷ ଟଙ୍କା ସହ ସୁଧ ବାବଦକୁ ୨୫ ହଜାର,ଜୋରିମାନା ବାବଦକୁ ୩୦ ହଜାର ଏବଂ ମାଲି ମୋକଦ୍ଦମା ଖର୍ଚ୍ଚ ବାବଦକୁ ୩୫ ହଜାର ମୋଟ ୫ଲକ୍ଷ ୯୦ ହଜାର ଟଙ୍କା ସୃପୃକ୍ତା ଜମାକାରୀଣିଙ୍କ ଜମାଖାତାରେ ଡିପୋଜିଟ କରିଥିବା ଜଣା ଯାଇଛି । ବହୁ ଦୌଡା ଧାପଡା ପରେ ବିଳମ୍ବରେ ହେଉ ପଛେ ବ୍ୟାଙ୍କ ଶାଖା ତାଙ୍କୁ ଟଙ୍କା ଫେରାଇଥିବାରୁ ମଧୁସ୍ମୀତା ଏବଂ ତାଙ୍କ ବାପା ସୋମନାଥ ସେଠି ବ୍ୟାଙ୍କକୁ ସାଧୁବାଦ ଜଣାଇବା ସହିତ ମାନ୍ୟବର କୋର୍ଟକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।