ରଘୁନାଥପୁର ୨୧/୯: ରଘୁନାଥପୁର ଥାନା ଅଧିନ ସାଦେଇପୁର ରଜନୀ ଛକ ନିକଟରେ ବ୍ରାଉନ ସୁଗାର ବିକ୍ରୀ ହେଉଥିବାର କୌଣସି ସୁତ୍ରରୁ ପୋଲିସ ଖବର ପାଇ ଏସ ଆଇ ସୌଦାମୀନି ପଣ୍ଡା ସଦଳବଳେ ସେଠାରେ ପଂହଚି ୧୨ ଗ୍ରାମ ବ୍ରାଉନ ସୁଗାର ସହ ୩୨୦ ଟକାଂ ଜବତ କରିବା ସହ ଦୁଇ ଅଭିଯୁକ୍ତ ଜଗତସିଂହପୁର ତରତଗଂ ଅଂଚଳର ଗୋବିନ୍ଦ ବେହେରାକଂ ପୁଅ କାହ୍ନୁ ଚରଣ ବେହେରା(୨୭)ଏବଂ ସୁକାନ୍ତ ଜେନାକଂ ପୁଅ ସ୍ମ୍ରତି ଜେନା(୩୨)କୁଂ ଗିରଫ କରି କେଶ ନଂ ୧୭୫/୨୨ରେ ଏନଡିପିଏସ୍ ଆଇନ ଅନୁଯାୟୀ ୨୧(ବି)/୨୯(୧)ରେ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।ଏହାର ତଦନ୍ତ ଭାର ଏସ ଆଇ ଅନୀଲ କୁମାର ସାହୁକୁଂ ନ୍ୟସ୍ତ କରାଯାଇଛି।
