Odisha news

ଅଭିଯୋଗ ବିରୁଦ୍ଧରେ ଏସ୍ଡ଼ିଓଙ୍କୁ ଫେରାଦ ହେଲେ ଏସଇଏମ।

0

ରଘୁନାଥପୁର:-୧୪/୯ : ଜନୈକ ଯନ୍ତ୍ରୀଙ୍କ ନାମରେ ଜିଲ୍ଲାପାଳଙ୍କୁ କରାଯାଇଥିବା ଅଭିଯୋଗ ବିରୁଦ୍ଧରେ ବୁଧବାର ରଘୁନାଥପୁର ବ୍ଲକ ପାନୀୟଜଳ ପ୍ରକଳ୍ପ ବିଭାଗର ଏସ୍ଡ଼ିଓଙ୍କୁ ଫେରାଦ ହୋଇଛନ୍ତି କେତେକ ଏସଇଏମ(ସ୍ୱାବଲମ୍ବୀ କାରିଗର)।ଗୋଟିଏ କାର୍ଯ୍ୟ ପାଇଁ ସାଧା କାଗଜରେ ହୋଇଥିବା  ଦସ୍ତଖତକୁ ଚଞ୍ଚକତା କରାଯାଇ ଅନ୍ୟ ଉଦେଶ୍ୟରେ ବ୍ୟବହାର କରାଯାଇଥିବା ସମ୍ପର୍କରେ ଏସଇଏମମାନେ ଅଭିଯୋଗ କରିଛନ୍ତି।ପ୍ରକାଶ କି ଗତ ଜୁଲାଇ ୨୮ ତାରିଖରେ ଧରାଧାରପୁର ଠାରେ ରଘୁନାଥପୁର ବ୍ଲକ ଅଞ୍ଚଳରେ କାର୍ଯ୍ୟ କରୁଥିବା ଏସଇଏମ ମାନଙ୍କର ଏକ ଟ୍ରେନିଂ ହୋଇଥିଲା।ସେଠାରେ ସଙ୍ଘ ଗଠନ ନାମରେ ୩/୪ ଜଣ ଏସଇଏମ ସାଧା କାଗଜରେ ସମସ୍ତଙ୍କ ଦସ୍ତଖତ କରାଇ ପରବର୍ତ୍ତୀ ସମୟରେ ଏହାକୁ ଅପବ୍ୟବହାର କରିଛନ୍ତି।ନିଜ କାର୍ଯ୍ୟରେ ଅବହେଳା କରି ରକ୍ଷା ପାଇବା ପାଇଁ ଯନ୍ତ୍ରୀଙ୍କ ମୁଣ୍ଡରେ ଅଠା ବୋଲୁଛନ୍ତି।ଗତ ସୋମବାର ଜନଶୁଣାଣୀରେ ଜିଲ୍ଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗ ଭିତିହୀନ ଏବଂ ଏଥିପାଇଁ ଆମ୍ଭେ ଦସ୍ତଖତ ଦେଇନାହୁଁ କିମ୍ବା ଆମ୍ଭେମାନେ ଦାୟୀ ନୁହଁ ବୋଲି ଏସଇଏମ ଉମାକାନ୍ତ ନାୟକ, ଦିଲୀପ ମହାରଣା, ରତ୍ନାକର ଖୁଣ୍ଟିଆ, ଦୁଃଶାସନ ସାହୁ, ବାବାଜୀ ଚରଣ ଦାସ, ରଶ୍ମିରଞ୍ଜନ ବିଶ୍ୱାଳ, ଗଜେନ୍ଦ୍ର ମହାପାତ୍ର, ଗୌରାଙ୍ଗ ସ୍ୱାଇଁ, ଜଗବନ୍ଧୁ ଗୋଛାୟତ ଓ ସଚିନ୍ଦ୍ରନାଥ ଭୋଇ ଏସ୍ଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କୁ ଭେଟି ପ୍ରକାଶ କରିଛନ୍ତି।ଏହାଛଡା ଆମ୍ଭ ଦସ୍ତଖତର ଅପବ୍ୟବହାର କରି ଆମ୍ଭମାନଙ୍କ ମଧ୍ୟରେ ବିଭ୍ରାଟ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ଏସଇଏମ ମାନେ ଏସ୍ଡ଼ିଓ ସେଠିଙ୍କୁ ଆପତ୍ତି କରିଛନ୍ତି।

Nalco
Leave A Reply