Odisha news

ବଜ୍ରାଘାତରେ ଗୋରେଖନାଥଙ୍କ ଯଜ୍ଞମଣ୍ଡପ କ୍ଷତିଗ୍ରସ୍ତ

0
ରଘୁନାଥପୁର:-୮/୯ : ରଘୁନାଥପୁର ବ୍ଲକ କେରେକେରା ସ୍ଥିତ ବିଭୁତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠ ଯଜ୍ଞମଣ୍ଡପରେ ଗୁରୁବାର ଅପରାହ୍ନରେ ବଜ୍ରାଘାତ ଘଟି କ୍ଷତିଗ୍ରସ୍ତ ହୋଇଛି।ହଟାତ କଳାହାଣ୍ଡିଆ ମେଘ ଘୋଟି ଆସି ବରସିଥିଲା।ଏହି ସମୟରେ ବିଜୁଳି ମାରି ଯଜ୍ଞମଣ୍ଡପର ଉପରି ଭାଗ ଉତ୍ତର ପଶ୍ଚିମ କୋଣରେ ବଜ୍ରାଘାତ ହୋଇଥିଲା।ଯଜ୍ଞମଣ୍ଡପରେ ଫାଟ ସୃଷ୍ଟି ହେବା ସହ ଶିଳ୍ପୀଙ୍କ ଦ୍ୱାରା କାରୁକାର୍ଯ୍ୟ ହୋଇଥିବା ଫୁଲ ଓ ମୂର୍ତ୍ତି ଭାଙ୍ଗି ତଳେ ପଡିଥିଲା।ଏହାର ଶବ୍ଦ ଏତେ ଜୋର ଥିଲାଯେ ପାଖରେ ଥିବା କର୍ମଚାରୀ ଓ ଶ୍ରଦ୍ଧାଳୁ ଭକ୍ତଙ୍କ କାନ ସ୍ତବ୍ଧ କରିଦେଇଥିଲା।ଜନୈକ କର୍ମଚାରୀଙ୍କୁ ଅଳ୍ପ ଶୁଭୁଥିବାର କହିଛନ୍ତି।ପୀଠ ପରିସରରେ ଥିବା ଅଧିକାଂଶ ଇଲେକ୍ଟ୍ରି ତାର ପୋଡିଯିବା ସହ ସିସି କ୍ୟାମେରା, ପାୱାର ସପ୍ଲାଇ ସିଷ୍ଟମ, ମନିଟର ଓ କେତେକ ଫ୍ୟାନ ପୋଡି ଯାଇଥିବାର କିରାଣୀ ସରୋଜ କୁମାର ସାହାଣୀ ପ୍ରକାଶ କରିଛନ୍ତି।ପୂର୍ବରୁ କେବେ ଏଭଳି ଅଘଟଣ ଘଟିନଥିବା ବେଳେ ଏହା ପ୍ରଥମ ବୋଲି ମୁଖ୍ୟ ପୂଜକ ଦିଲୀପ କୁମାର ପଣ୍ଡା ପ୍ରକାଶ କରିଛନ୍ତି।ଆଗାମୀ କୌଣସି ବିପଦ ପାଇଁ ଏବେଠୁ ମାନବ ସମାଜ ସତର୍କ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।
Nalco
Leave A Reply