ରଘୁନାଥପୁର ,୨୬ା୬ : ଭାରତର ଗଲୱାନା ଘାଟିରେ ହୋଇଥିବା ସଂଘର୍ଷକୁ ପ୍ରତିବାଦ କରି ଆଜି ରଘୁନାଥପୁର ସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ଜଗତ୍ସିଂହପୁର ଜିଲ୍ଲା କୃଷକ ସଂଗଠନ ଭାରତ ବିରୋଧି ମନୋଭାବ ପୋଷଣ କରିଥିବା ଚିନ୍ ଓ ଚିନ୍ ସାମଗ୍ରୀକୁ ତୀବ୍ର ବିରୋଧ କରିବା ସହିତ ଚିନ୍ ର ରାଷ୍ରପତି ସି ଜିନ ପିଙ୍ଗଙ୍କ କୁଷ ପୁତଳିକା ଦାହ କରିଥିବା ଦେଖିବାକୁ ମିଳିଥିଲା ।
ଏହି ସଂଘର୍ଷରେ ସହିଦ୍ ହୋଇଥିବା ଭାରତୀୟ ବୀର ଜବାନ ଅମର ରହେ ବୋଲି ସ୍ଲୋଗାନ ଦେଇଥିଲେ । ଏଥିରେ ଜିଲ୍ଲା କୃଷକ ସଂଗଠନର ସଭାପତି ଗୋବିନ୍ଦ ଜେନା,ସଂପାଦକ ବାବାଜୀ ଜେନା,ଉପ ସଭାପତି ଶାରଦା ପ୍ରସାଦ ରାୟ,ସିଦ୍ଧାର୍ଥ ତ୍ରୀପାଠି,ଦିଲ୍ଲୀପ ରଥ,ବିନୋଦ ମହାନ୍ତି,ଜଗନ୍ନାଥ ମହାପାତ୍ର,ରଂଜନ ମହାନ୍ତି,ସୁକାନ୍ତ ସାହୁ,ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ରଂଜନ ସ୍ୱାଇଁ,ମଦନ ମୋହନ ମଲ୍ଲୀକ,ନାରାୟଣ ସିଂ,ଗୋବିନ୍ଦ ବାରିକ ପ୍ରମୁଖ ଭାଗ ନେଇଥିଲେ ।