Odisha news

୫ଦିନ ହେବ ଅନ୍ଧାରରେ ରେଢୁଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର

0

ରଘୁନାଥପୁର (ପ୍ରଦିପ୍ତ କୁମାର ନାୟକ,ରଘୁନାଥପୁର) : ରଘୁନାଥପୁର ବ୍ଲକର ରେଢୁଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ୫ ଦିନ ତଳେ ଘଡଘଡି ପଡି ଏହାର ଇନଭୋଟର ଓ ଲାଇନ ତାର ପୋଡି ଯାଇଥିବାରୁ ସ୍ୱାସ୍ୟ୍ଥ କେନ୍ଦ୍ରଟିରେ ଚିକିତ୍ସ୍ୟା ସୁବିଧାରେ ବାଧା ଦେଖା ଦେଇଛି ।ସୂଚନା ଯୋଗ୍ୟ ଏହିକି ଏହି କେନ୍ଦ୍ର ଉପରେ ଚିକିତ୍ସ୍ୟା ପାଇଁ ଦୈନିକ ଆଖପାଖର ଶତାଧୀକ ରୋଗୀ ନିର୍ଭର କରୁଥିବାରୁ ଗତ ୨୦୧୬ ମସିହାରେ ପ୍ରାଥମିକ ସ୍ୱାସ୍ୟ୍ଥ କେନ୍ଦ୍ରରୁ ଏହାକୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇ ଏହାର କ୍ଷମତା ବଢା ଯାଇଥିଲା ।

ତେବେ ଆବଶ୍ୟକ ଉପକରଣ ଓ କର୍ମଚାରୀଙ୍କ ଅଭାବକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନସାଧାରଣ ବାରମ୍ବାର ଧାରଣା ଓ ଆନେ୍ଦାଳନ କରି ଏହାର କିଛିଟା ଆବଶ୍ୟକତାକୁ ପୂରଣ କରି ପାରିଥିଲେ । କିନ୍ତୁ ଗତ ୫ଦିନ ତଳେ ଘଡଘଡି ଯୋଗୁଁ ଏହି କେନ୍ଦ୍ରରେ ଲାଇନ କଟି ଯାଇଥିବାରୁ ଚିକିସôା ପାଇଁ ରୋଗୀ ଓ ଡାକ୍ତର ଉଭୟ ଅସୁବିଧାରେ ପଡୁଥିବା ଜଣାଯାଇଛି । ଏ ବାବଦରେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ପଚାରିବାରୁ ଉପର ଅଫିସକୁ ଏହି ଅସୁବିଧା ସଂପର୍କରେ ଜଣା ଯାଇଛି ଖୁବଶିଘ୍ର ଏହାର ସମାଧାନ କରା ଯିବ ବୋଲି କହିଥିଲା ବେଳେ ଜନସାଧାରଣ ହଟ୍ଟହଟ୍ଟା ହେଉଥିବା ପରିଲକ୍ଷିତ ହୋଇଛି ।

Leave A Reply