Odisha news

ରଘୁନାଥପୁର ବିଜେଡି ଦଳ ପକ୍ଷରୁ ନୂତନ ବିଡିଓଙ୍କୁ ସ୍ୱାଗତ

0

ରଘୁନାଥପୁର : ରଘୁନାଥପୁର ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ ଅବସରରେ ଆଜି ରଘୁନାଥପୁର ବ୍ଲକ ବିଜେଡି ଦଳ ପକ୍ଷରୁ ଫୁଲତୋଡା ଦେଇ ସ୍ୱାଗତ କରା ଯାଇଛି । ଦୀର୍ଘ ୨ ମାସ ଧରି ଏହି ବ୍ଲକରେ ବିଡିଓ ପଦବୀ ଖାଲି ପଡିଥିଲା ବେଳେ ଏବିଡିଓ ଅଶୋକ କୁମାର ମହାନ୍ତି ବିଡିଓ ଦାୟିତ୍ୱରେ ଥିଲେ ।

ତେବେ ଆଜି କୃଷ୍ଣପ୍ରସାଦ ତହସିଲର ତହସିଲଦାର ଜିତେନ୍ଦ୍ର କୁମାର ନାୟକ ରଘୁନାଥପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରଘୁନାଥପୁର ବିଜେଦି ଦଳର ସଭାପତି ସରୋଜ କୁମାର ସ୍ୱାଇଁ ଓ ବ୍ଲକ ଚେୟାର ପରସନ ସ୍ୱପ୍ନା ସରୀତା ବଳଙ୍କ ନେତୃତ୍ୱରେ ପଂଚାୟତର ସଭ୍ୟ,ସରପଂଚ ଓ ଦଳୀୟ କର୍ମୀ ମାନେ ଯାଇ ନୂତନ ବିଡିଓଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିବା ଜଣା ଯାଇଛି ।

Nalco
Leave A Reply