ନୂଆଦିଲ୍ଲୀ: ଦ୍ବିତୀୟ ପର୍ଯ୍ୟାୟରେ ଭାରତୀୟ ବାୟୁସେନାର ତିନୋଟି ରାଫେଲ୍ ଲଢୁଆ ବିମାନ ସିଧାସଳଖ ଫ୍ରାନ୍ସ୍ରୁ ଆସି ବୁଧବାର ଦିନ ଭାରତରେ ପହଞ୍ଚିଛି।
ଟୁଇଟ୍ କରି ଭାରତୀୟ ବାୟୁସେନା ଲେଖିଛି, ଫ୍ରାନ୍ସ୍ରୁ ନିରବଚ୍ଛିନ୍ନ ଉଡ଼ାଣ କରି ଦ୍ବିତୀୟ ବ୍ୟାଚ୍ରେ ଭାରତୀୟ ବାୟୁସେନାର ରାଫେଲ୍ ବିମାନ ୨୦୨୦ ନଭେମ୍ବର ୪ ତାରିଖ ରାତି ୮:୧୪ରେ ଭାରତରେ ପହଞ୍ଚିଛି।
ପୂର୍ବରୁ ଜଣେ ସରକାରୀ ଅଧିକାରୀ କହିଥିଲେ, ଏହି ତିନୋଟି ଜେଟ୍ ଯାତ୍ରା ପଥରେ କୌଣସି ସ୍ଥାନରେ ଅବତରଣ କରିବେ ନାହିଁ। ଯାତ୍ରାକାଳରେ ହିଁ ଫ୍ରାନ୍ସ୍ ଓ ଭାରତୀୟ ଟ୍ୟାଙ୍କର୍ ସେଗୁଡ଼ିକରେ ଇନ୍ଧନ ଭରିବେ। ଜାମନଗରରେ ଗୋଟିଏ ଦିନର ବିରତି ପରେ ଜେଟ୍ଗୁଡ଼ିକ ଅମ୍ବାଲାରେ ପହଞ୍ଚିବ ବୋଲି ଆଶା କରାଯାଉଛି।
ଭାରତୀୟ ବାୟୁସେନା ବରାଦ ଦେଇଥିବା ସମୁଦାୟ ୩୬ଟିରୁ ପ୍ରଥମ ବ୍ୟାଚ୍ରେ ପାଞ୍ଚଟି ରାଫେଲ୍ ଜେଟ୍ ଜୁଲାଇ ୨୯ ତାରିଖ ଦିନ ଅମ୍ବାଲା ବିମାନଘାଟିରେ ପହଞ୍ଚିଥିଲା।
ପ୍ରତି ଦୁଇ ମାସରେ ତିନିରୁ ଚାରିଟି ରାଫେଲ୍ ଜେଟ୍ ଆସି ଭାରତରେ ପହଞ୍ଚିବ ବୋଲି ବାୟୁସେନା ଆଶା କରୁଛି।
ନୂଆଦିଲ୍ଲୀ : ଭାରତରେ ପହଞ୍ଚିଛି ଆଉ ୩ଟି ରାଫେଲ ବିମାନ । ଏଗୁଡ଼ିକ ଫ୍ରାନ୍ସରୁ ଅବିରାମ ଭାବେ ଉଡ଼ି ଭାରତ ମାଟିରେ ଓହ୍ଲାଇଛି । ଏହା ସହିତ ଭାରତୀୟ ବାୟୁସେନା ପାଖରେ ଥିବା ମୋଟ ରାଫେଲ ବିମାନ ସଂଖ୍ୟା ୮ରେ ପହଞ୍ଚିଛି ।
ଗତ ଜୁଲାଇ ୨୯ରେ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ୍ ଭାରତ ଆସିଥିଲା । ୫୯,୦୦୦ କୋଟି ଟଙ୍କା ବିନିମୟରେ ଭାରତ ଫ୍ରାନ୍ସ ସହ ଚୁକ୍ତି କରିଛି ଏବଂ ଏହି ଚୁକ୍ତି ଅନୁସାରେ ଭାରତ ମୋଟ ୩୬ଟି ରାଫେଲ୍ ବିମାନ ହାସଲ କରିବ ।
