Odisha news

ଆସିଗଲା ଶୀତଦିନ : ମୂଳା ଖାଆନ୍ତୁ , ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାନ୍ତୁ

0
ଶୀତଋତୁ ଆରମ୍ଭ ହେଲାଣି । ବର୍ତ୍ତମାନ୍ ସାମାନ୍ୟ ହାଲୁକା ହାଲୁକା ଥଣ୍ଡା ସକାଳୁ ଆମକୁ ସ୍ପର୍ଶ କରୁଛି । ଏହି ଋତୁରେ ବିଶେଷ ଭାବରେ ବିଭିନ୍ନ ପ୍ରକାର ସଂକ୍ରମଣ ହେବାର ଦେଖାଯାଇ ଥାଏ । ଯଦି ଆପଣ ଶୀତଋତୁ ରେ ରୋଗଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଜର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାକୁ ପଡ଼ିବ ।
ଶୀତଋତୁ ରେ ବିଶେଷ ଭାବରେ ଆମେ ଯଦି ନିଜର ଖାଦ୍ୟ ପେୟ ର ଯତ୍ନ ନେବା ତେବେ ନିଜକୁ ଅନେକ ଗୁଡ଼ିଏ ରୋଗ ଠାରୁ ଦୂରେଇ ରଖିବା । ସେହିସବୁ ଖାଦ୍ୟ ଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ମୂଳା ।
* ମୂଳା ପୋଟାସୀୟମ୍ ର ଗୋଟିଏ ଭଲ ସ୍ରୋତ ଅଟେ । ମୂଳା ରେ ଥିବା ପୋଟାସିୟମ ଶରୀର ର ସୋଡିୟମ କୁ ବାଲାନ୍ସ କରିଥାଏ । ଯାହାଦ୍ଵାରା ଆମେ ଉଚ୍ଚ ରକ୍ତଚାପ ସମସ୍ୟା ଠାରୁ ଦୂରେଇ ରହିଥାଉ । ଏହାଛଡା ହାର୍ଟ ସମସ୍ୟା ମଧ୍ୟ ଠିକ୍ ରଖିଥାଏ । ମୂଳା ରେ ଏଁଥୋସାୟନିନ୍ ନାମକ ଯୌଗିକ ରହିଥାଏ, ଯାହାକି ବ୍ଲଡ଼ ସର୍କୁଲେସନ୍ ଓ ଲୋ ବ୍ଲଡ଼ ପ୍ରେସର୍ କୁ ଠିକ୍ କରିବାରେ ସାହାଯ୍ୟ କରିଥାଏ ।
* ମୂଳା ଆଣ୍ଟିଅକ୍ସିଡାଣ୍ଟ , କ୍ୟାଲସିୟମ ଓ ପୋଟାସିୟମ ଭଳି ମିନେରାଲ ରେ ଭରପୁର ଅଟେ । ମୂଳା ପ୍ରାକୃତିକ ନାଇ ଟ୍ରେଟ୍ ର ଗୋଟିଏ ଭଲ ସ୍ରୋତ ଯାହାକି ଶରୀରରେ ଇମ୍ୟୁନିଟି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
* ମୂଳା ଡାଏଟାରୀ ଫାଇବର ରେ ଭରପୁର ହୋଇଥାଏ । ଯାହାକି ଆନ୍ତ କୋଷ ର ବିଭିନ୍ନ ସମସ୍ୟା ଠିକ୍ କରିଥାଏ । ଏହାଛଡା ଗ୍ୟାସ୍ ଏସିଡିଟି ବଦହଜମି ଭଳି କଠିନ ସମସ୍ୟା ଠିକ୍ କରିଥାଏ ଓ ପେଟ କୁ ସଫା ରଖିଥାଏ । ତେଣୁ ଶୀତଋତୁ ରେ କୋଷ୍ଠ କାଠିନ୍ୟ ସମସ୍ୟା କୁ ଠିକ୍ ରଖିବା ପାଇଁ ନିୟମିତ ମୂଳା ରେ ପ୍ରସ୍ତୁତ ସାଲାଡ଼ ସେବନ କରିବା ଉଚିତ୍ ।
* ମୂଳା ଶୀତଋତୁ ରେ ସେବନ କରିବା ଦ୍ୱାରା ଶରୀର ର ଉତ୍ତାପ ରେ ସୁଧାର ଆସିଥାଏ । ଥଣ୍ଡା , କାଶ ଓ ସର୍ଦ୍ଦି ଜନିତ ବିଭିନ୍ନ ସମସ୍ୟା ଠାରୁ ଆମକୁ ଦୂରେଇ ରଖିଥାଏ ମୂଳା । ମୂଳା ରେ ଗୋଟିଏ ପ୍ରକାରର କୋଏଜାଇମ୍ ନାମକ ତତ୍ତ୍ଵ ରହିଥାଏ । ଯାହାକି ମଧୁମେହ ସମସ୍ୟା ଠିକ୍ କରିଥାଏ ।
Nalco
Leave A Reply