Odisha news

ଆଜି ଯେଉଁଠି ଭାରତ ପାଳୁଛି ‘ଭାଲେଣ୍ଟାଇନ୍ସ ଡେ’ ସେହି ଭୂମୀ ରେ ଆଜି ମଧ୍ୟ ରାଧାକୃଷ୍ଣଙ୍କ ପ୍ରେମର ପ୍ରତୀକ ହୋଇ ରହିଛି ବୃନ୍ଦାବନ ର ‘ନିଧିବନ’

0
ଫେବୃଆରୀ ମାସ ଆସିବା ମାତ୍ରକେ ପ୍ରେମୀ ଯୁଗଳଙ୍କ ମନରେ ରୋମାଞ୍ଚ ସୃଷ୍ଟି ହୋଇଥାଏ l କାହିଁକି ନା ଆଜିକାଲି ପ୍ରାୟ ଭାରତୀୟ ସଂସ୍କୃତୀ ପାଶ୍ଚାତ୍ୟ ସଂକୃତି ର ଅଧୀନ ହୋଇ ଚାଲିଛି l ପାଶ୍ଚାତ୍ୟ ସଂସ୍କୃତୀ ରେ ଫେବୃଆରୀ ମାସର ୭ତାରିଖ ରୁ ନେଇ ୧୪ ତାରୀକ୍ଷା ପର୍ଯ୍ୟନ୍ତ ଭାଲେଣ୍ଟାଇନ୍ସ ସପ୍ତାହ ଭାବରେ ପାଳନ କରାଯାଇଥାଏ । କିନ୍ତୁ ଭାରତୀୟ ମାନେ ମଧ୍ୟ ଆଜି ଏହାକୁ ଏଭଳି ପାଳନ କରୁଛନ୍ତି ଯେପରି ଏହା କୌଣସି ଗୋଟିଏ ବଡ ପର୍ବ ।
ସେ ଯାହା ହୋଇଥାଉ ନା କାହିଁକି କିନ୍ତୁ ଆଜି ମଧ୍ୟ ଭାରତୀୟ ପରମ୍ପରା ରେ ଗୋଟିଏ ସୁନ୍ଦର୍ ନିଦର୍ଶନ ହୋଇ ରହିଛି ଗୋଟିଏ ଏଭଳି ପ୍ରେମ କାହାଣୀ ଯାହାକି ସାରା ବିଶ୍ୱରେ ପ୍ରସିଦ୍ଧ । ସେ ଭଗବାନ ହୁଅନ୍ତୁ କିମ୍ବା ମଣିଷ ପ୍ରେମ ସମସ୍ତଙ୍କ କ୍ଷେତ୍ରରେ ହୋଇଥାଏ l ଯାହାକି ଭାରତୀୟ ମାଟିରେ ଆଜି ମଧ୍ୟ ଜୀବନ୍ତ ରହିଛି, ଏହା ହେଉଛି ସ୍ୱୟଂ ନାରାୟଣ ଙ୍କ ପ୍ରେମ କାହାଣୀ l ତାହା ହେଉଛି ମୁରଲୀ ମନୋହର କୃଷ୍ଣ ଓ ରାଧାରାଣୀ ଙ୍କ ପ୍ରେମ କାହାଣୀ l ଯାହାକି ନିଧିବନ ର କୁଞ୍ଜବନ ରେ ଆଜି ମଧ୍ୟ ଜୀବିତ l କିଭଳି ସନ୍ଧ୍ୟା ହେଲା ମାତ୍ରକେ ରାଧାକୃଷ୍ଣ ଏହି ନିଧିବନ ରେ ରାସଲୀଳା କରି ଥାଆନ୍ତି l ଏବଂ ଏହାକୁ ସୁନ୍ଦର କରିବା ପାଇଁ ନିଧିବନ ର କୁଂଜଲତା ଗୁଡ଼ିକ ଗୋପୀ ହୋଇ ଯାଇ ଥାଆନ୍ତି l
ରାଧା କୃଷ୍ଣ ହେଉଛନ୍ତି ଆଧ୍ୟାତ୍ମିକ ପ୍ରେମର ଗୋଟିଏ ଜ୍ୱଳନ୍ତ ଉଦାହରଣ l ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରେମ ସର୍ବଦା ଏହି ଧରାପୃଷ୍ଠ ରେ ଶାଶ୍ୱତ ଓ ନିର୍ମଳ l କୃଷ୍ଣ ଶରୀର ହେଲେ ରାଧା ଆତ୍ମା ଅଟନ୍ତି l ତେଣୁ ଶ୍ରୀକୃଷ୍ଣ ରାଧାଙ୍କୁ ବିବାହ କରିବାକୁ ମନା କରିଥିଲେ, ଶ୍ରୀକୃଷ୍ଣ କହିଥିଲେ ଯେ ଆତ୍ମା ସହିତ କଦାପି କେହି ବିବାହ କରନ୍ତି ନାହିଁ l କିନ୍ତୁ ଉଭୟଙ୍କ ମିଳନ ଚିର ସ୍ମରଣୀୟ ଓ ପୂଜ୍ୟ ଅଟେ l
ମାନ୍ୟତା ରହିଛି ଯେ ବୃନ୍ଦାବନ ର ନିଧିବନ ଏହି ରାସଲୀଳା ର ପ୍ରମାଣ ଅଟେ l ଆଜି ମଧ୍ୟ ସନ୍ଧ୍ୟା ଆଳତୀ ପରେ ନିଧିବନ କୁ ବନ୍ଦ କରିଦିଆ ଯାଇଥାଏ l ଲୋକ ମାନଙ୍କର ମତ ରହିଛି ଯେ ଭଗବାନ ଶ୍ରୀକୃଷ୍ଣ ପ୍ରତିଦିନ ରାତିରେ ରାଧା ରାଣୀ ଙ୍କ ସହିତ ଏଠାକୁ ରାସଲୀଳା କରିବା ପାଇଁ ଆସି ଥାଆନ୍ତି l ମାନ୍ୟତା ଅନୁସାରେ ଓ ଶାସ୍ତ୍ରବିତ ଙ୍କ କହିବା ଅନୁସାରେ ମନୁଷ୍ୟ କଣ ପଶୁ ପକ୍ଷୀ ମଧ୍ୟ ଏହି ରାସଲୀଳା କୁ ଦେଖି ପାରନ୍ତି ନାହିଁ l ସମସ୍ତେ ଏହି ନିଧିବନ ର ଅନେକ ଦୁରକୁ ଚାଲି ଯାଇ ଥାଆନ୍ତି l ମାନ୍ୟତା ଅନୁସାରେ ଯିଏ କେହି ବି ମଧ୍ୟ ଏହି ରାସଲୀଳା କୁ ଦେଖିଚି ସେ କାହା ଆଗରେ ପ୍ରକାଶ କରିବା ପାଇଁ ଯୋଗ୍ୟ ହୋଇ ରହିନାହିଁ l ଏହି ନିଧିବନ ରେ ପ୍ରତ୍ୟେକ ଗଛ ଯୋଡ଼ା ରେ ଦେଖା ଯାଇଥାଏ , ଯିଏ କି ରାଧା କୃଷ୍ଣ ଙ୍କ ପ୍ରେମ ରେ ଶାମିଲ ହେବା ପାଇଁ ଗୋପୀ ଙ୍କ ରୂପ ଧାରଣ କରି ଥାଆନ୍ତି l
ଏହି ନିଧିବନ ରେ ରହିଛି ସ୍ୱତନ୍ତ୍ର ରଙ୍ଗ ମହଲ । ଯାହାକୁ ପ୍ରତିଦିନ ସନ୍ଧ୍ୟା ପୂର୍ବରୁ ସଜାଇ ଦିଆଯାଇ ଥାଏ । ଏଠାରେ ରହିଛି ଚନ୍ଦନ କାଠରେ ନିର୍ମିତ ପଲଙ୍କ ଓ ଏହାକୁ ସନ୍ଧ୍ୟା ୭ଟା ପୂର୍ବରୁ ସଜାଇ ଦିଆଯାଇ ଥାଏ । ଏହି ପଲଙ୍କ ନିକଟରେ ରାଧାଙ୍କ ପାଇଁ ଶୃଙ୍ଗାର ସାମଗ୍ରୀ , ଗୋଟିଏ ଗଡୁ ପାଣି , ପାନ ଓ ଦାନ୍ତ କାଠି ଟିଏ ରଖି ଦିଆଯାଇ କବାଟ ବନ୍ଦ୍ କରି ଦୀଆ ଯାଇଥାଏ । ଏହାପରେ ଯେତେବେଳେ ସକାଳ ସମୟ ରେ କବାଟ ଖୋଲା ଯାଇଥାଏ ଲୋଟା ର ପାଣି ଖାଲି , ଶେଯ ସଂପୂର୍ଣ୍ଣ ଅସଜଡା ଅବସ୍ଥାରେ ମିଳିଥାଏ , ପାନ ଖିଆ ଯାଇ ଛେପ ମଧ୍ୟ ମିଳେ , ଦାନ୍ତ କାଠି ଚୋବାଇବା ଭଳି ମିଳିଥାଏ , ଶୃଙ୍ଗାର ସାମଗ୍ରୀ ବିଛୁରିତ ଅବସ୍ଥାରେ ମିଳେ । ଏହା କଣ ଗୋଟିଏ ସୁନ୍ଦର୍ ଓ ଶାଶ୍ବତ ପ୍ରେମ କାହାଣୀ ର ପ୍ରମାଣ ନୁହେଁ କି ?
ଯେଉଁଠି ସାରା ବିଶ୍ଵ ବାସୀ ରାଧା କୃଷ୍ଣ ଙ୍କ ର ଏହି ସୁନ୍ଦର୍ ପ୍ରେମ କାହାଣୀ ର ରହସ୍ୟ କୁ ଜାଣିବା ପାଇଁ ଲାଳାୟିତ ସେହି ପବିତ୍ର ଭୂମି ର ଯୁବକ ଯୁବତୀ ପାଶ୍ଚାତ୍ୟ ପରମ୍ପରା ଓ ଚାଲିଚଳନ କୁ ନେଇ ଅତିବାହିତ କରୁଛନ୍ତି ନିଜ ଜୀବନ । ସତରେ ଏହା କେତେ ଯେ ଗ୍ରହଣୀୟ ତାହା ସମସ୍ତେ ଚିନ୍ତା କରିବା ଆବଶ୍ୟକ ।
Nalco
Leave A Reply