କାର୍ତ୍ତିକ ମାସ ଧାର୍ମିକ ଦୃଷ୍ଟିରୁ ଖୁବ ମହତ୍ୱପୂର୍ଣ୍ଣ ଅଟେ l ମାନ୍ୟତା ରହିଛି ଯେ ଏହି ମାସରେ କରାଯାଉଥିବା ଶୁଭ କାର୍ଯ୍ୟ ଭଲ ଫଳ ପ୍ରଦାନ କରିଥାଏ l କାର୍ତ୍ତିକ ମାସ ଶୁକ୍ଲପକ୍ଷ ର ନବମୀ ତିଥି କୁ ଅଁଳା ନବମୀ ଭାବରେ ପାଳନ କରାଯାଇ ଥାଏ l ଏହିଦିନ ଟିକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଇ ଥାଏ l ଚଳିତ ବର୍ଷ ଏହା ନଭେମ୍ବର ୧୦ତାରିଖ ରବିବାର ଦିନ ଅନୁଷ୍ଠିତ ହେବ l ମାନ୍ୟତା ଅନୁସାରେ ଏହିଦିନ ଭଗବାନ କୃଷ୍ଣ ବୃନ୍ଦାବନ ରୁ ମଥୁରା ଗମନ କରିଥିଲେ l
ଅଁଳା ନବମୀ ର ମହତ୍ୱ -:
ମାନ୍ୟତା ରହିଛି ଯେ କାର୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି ରୁ ନେଇ କାର୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ଶ୍ରୀକୃଷ୍ଣ ଅଁଳା ଗଛରେ ନିବାସ କରନ୍ତି l ତେଣୁ ଏହିଦିନ ଅଁଳା ବୃକ୍ଷ କୁ ପୂଜା କରାଯାଇ ଥାଏ l ମାନ୍ୟତା ଅନୁସାରେ ଏହିଦିନ ପବିତ୍ର ନଦୀରେ ପୂଜା କରିବା ଦ୍ୱାରା ଜୀବନ ର ସମସ୍ତ ପାପ ରୁ ମୁକ୍ତି ମିଳିଥାଏ l
* ଏହିଦିନ ଅଁଳା ବୃକ୍ଷକୁ ପୂଜା ବିଧିବିଧାନ ଭାବରେ କରିବା ଦ୍ୱାରା ଭଗବାନ ବିଷ୍ଣୁ ଙ୍କ କୃପା ଲାଭ ହୋଇଥାଏ l ଏହିଦିନ ଅଁଳା ବୃକ୍ଷକୁ ପୂଜା କରିବା ସମୟରେ ଦୁଗ୍ଧ୍ ଅର୍ପଣ କରନ୍ତୁ l
* ଅଁଳା ନବମୀ ରେ ଅଁଳା ଗଛ ମୂଳରେ ଭୋଜନ ପ୍ରସ୍ତୁତ କରିବା ଆବଶ୍ୟକ l ଏହାଦ୍ୱାରା ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ l ଯଦି ଭୋଜନ ପ୍ରସ୍ତୁତ ସମୟରେ ଅଁଳା ପତ୍ର ପଡିଥାଏ ତେବେ ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ l
* ଅଁଳା ନବମୀ ରେ ଦାନ ପୁଣ୍ୟ ର ଖୁବ ମହତ୍ୱ ରହିଛି l ତେଣୁ ନିଜର ଶକ୍ତି ଅନୁସାରେ ଭୋଜନ , ଅନ୍ନ ଓ ବସ୍ତ୍ର ଦାନ କରିବା ଶୁଭ ଅଟେ l
* ଅଅଁଳା ନବମୀ ଦିନ ଅଅଁଳା ସେବନ କରିବା ଖୁବ ହିତକର l ଏହିଦିନ ଅଅଁଳା ସେବନ କରିବା ଦ୍ୱାରା ବାତ, କଫ ଇତ୍ୟାଦି ସମସ୍ୟାରୁ ମୁକ୍ତି ମିଳିଥାଏ l
* ମାନ୍ୟତା ରହିଛି ଯେ ଅଅଁଳା ନବମୀ ଦିନ ଯଦି ଅଁଳା ବୃକ୍ଷ ମୂଳରେ ହଳଦୀ ଓ ଅରୁଆ ଚାଉଳ ଅର୍ପଣ କରିବା ଦ୍ୱାରା ସନ୍ତାନ ମାନଙ୍କର ଆୟୁ ବୃଦ୍ଧି ହୋଇଥାଏ l
* ଅଁଳା ନ୍ସବମୀ ରେ ଲୋକେ ରାଧାଙ୍କ ପାଦ ଦର୍ଶନ କରିବାର ମାନ୍ୟତା ରହିଛି l ଏହାଦ୍ୱାରା ସାତଜନ୍ମ ର ପାପ ର ବିନାଶ ହୋଇଥାଏ l ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l ସନ୍ତାନ ମାନଙ୍କ ଜୀବନ ସୁଖମୟ ହୋଇଥାଏ l