Odisha news

କ୍ବାରେଣ୍ଟାଇନ ସେଣ୍ଟର ରହି ୭ଜଣ ପ୍ରବାସୀଙ୍କୁ ଗ୍ରାମବାସୀ ଗ୍ରାମରେ ପୁରେଇ ନଦେବାର ଜଙ୍ଗଲରେ ରହିବା ୭ଦିନ ପ୍ରଶାସନ ହସ୍ତକ୍ଷେପ ପରେ ଗ୍ରାମକୁ ଫେରିଲେ ପ୍ରବାସୀ ।

0
ଆର,ଉଦୟଗିର-:  ଆର,ଉଦୟଗିରି ବ୍ଲକର ଅବାରସିଂ ପଞ୍ଚାୟତରେ ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି । ଅବାରସିଂ ପଞ୍ଚାୟତର ୭ଜଣ ପ୍ରବାସୀ ୧୪ ଦିନ ଅତିବାହିତ କରି ସୁସୁ ହୋଇ ଗ୍ରାମକୁ ଫେରିଥିବା ୭ଜଣ ପ୍ରବାସୀଙ୍କୁ ଗ୍ରାମବାସୀମାନେ ଗ୍ରାମ ମଧ୍ୟକୁ ପୁରେଇ ଦେଇନଥିଲେ । ଗ୍ରାମ କମିଟି ଦ୍ବାରା ଏ ନେଇ ଏକ କଙ୍ଗାରୁ କୋର୍ଟ ଆୟୋଜିତ ହୋଇଥିଲା । କରୋନା ସଂକ୍ରମଣର ଭୟ ଓ ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କୋର୍ଟର ନିଦ୍ଦେଶ କ୍ରମେ କ୍ବାରେଣ୍ଟାଇନ ଫେରନ୍ତାଙ୍କୁ ଗ୍ରାମରୁ ବାସନ୍ଦ କରାଯିବା ସହ ନିକରସୁ ଜଙ୍ଗଲରେ ରହିବା ପାଇଁ କୁହାଯାଥିଲା । ଆଜିକୁ ୭ ଦିନ ହେଲା କଙ୍ଗାରୁ କୋର୍ଟର ନିର୍ଦେଶ କ୍ରମେ ଗ୍ରାମ ଛାଡି ଜଙ୍ଗଲରେ କୁଡିଆ ତିଆରି କରି ୭ ଜଣ ଜୀବନ ବିତାଉଥିବା ଏକ ଉଦବେଗଜନକ ଘଟଣା ଘଟିଛି ।  ଘଟଣା ଘଟିବାର ୭ ଦିନ ପରେ ବ୍ଲକ ପ୍ରଶାସନ ଖବର ପାଇଛନ୍ତି ।
ଘଟଣରୁ ପ୍ରକାଶ ଯେ, ଆର,ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସିଂ ପଞ୍ଚାୟତର ଖାରିପଦା ଗ୍ରାମର ୭ ଜଣ ପ୍ରବାସୀ କ୍ବାରେଣ୍ଟାଇନ ସେଣ୍ଟର ରହିଥିଲେ  । ୧୪ ଦିନ ବିତିବା ପରେ ଏମାନଙ୍କ ନେଗେଟିଭ୍ ରିପୋର୍ଟ ଆସିବା ପରେ ସରକାରୀ ନିୟମ ଅନୁଯାୟୀ ଏମାନଙ୍କୁ ସୂସୁ ଘୋଷଣା କରାଯାଇ ନିଜ ନିଜ ଘରକୁ ପ୍ରଶାସନ ପଠାଇ ଦେଇଥିଲେ । ହେଲେ ଏହି ୭ ଜଣ ରହୁଥିବା ଖାରିପଦା ଗ୍ରାମବାସୀମାନେ ଏମାନଙ୍କ ଗ୍ରାମ ମଧ୍ୟକୁ ପୁରାଇ ଦେଇନଥିଲେ । ଗ୍ରାମବାସୀଙ୍କ ଦ୍ବାରା ଏ ନେଇ ଏକ କଙ୍ଗାରୁ କୋର୍ଟର ଆୟୋଜନ ଖାରିପଦା ଗ୍ରାମରେ ଗତ ୭ ଦିନ ତଳେ ହୋଇଥିଲା । କ୍ବାରେଣ୍ଟାଇନରୁ ସୁସୁ ହୋଇ ୭ ଜଣ ଗ୍ରାମକୁ ଫେରିଥିଲେ ସୁଦ୍ଧା ପୁଣି କରୋନା ସଂକ୍ରମଣର ଭୟ ଓ ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଙ୍ଗାରୁ କୋର୍ଟ ଗ୍ରାମରୁ ଏମାନଙ୍କୁ ବାସନ୍ଦା କରିଥିଲେ ।
ନିକଟସ୍ଥ ଜଙ୍ଗଲରେ ଏମାନଙ୍କୁ ରହିବା ପାଇଁ ଏହି କୋର୍ଟ ନିର୍ଦେଶ ଦେଇଥିଲେ । ଏଥିରେ ଗ୍ରାମରୁ ବିତାଡିତ ହୋଇ ଘରକୁ ନ ଯାଇ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଅସ୍ଥାୟୀ କୁଡିଆ ତିଆରି କରି କ୍ବାରେଣ୍ଟାଇନ ଫେରନ୍ତା ୭ଜଣ ଜୀବନ ବିତାଉଥିଲେ । ଖାଦ୍ୟପେୟ  ଓ ପିଇବା ପାଣି ଗ୍ରାମବାସୀମାନେ ଏମାନଙ୍କୁ ଯୋଗାଉଥିଲେ । ଏହି ଘଟଣା ଶୁକ୍ରବାରକୁ ୭ଦିନ ଗତିଗଲାଣି ହେଲେ ଏହି ୭ ଜଣ ଏପରି ଭାବେ ଆଉ କେତେ ଦିନ ଜଙ୍ଗଲରେ ବିତାଇବାର ତାହା ପ୍ରଶାସନ ସୁଚନା ମିଳିନଥିଲା । ଶୁକ୍ରବାର ଦିନ ଏହି ଖବର ପାଇ ଆର,ଉଦୟଗିରି ବିଡିଓ ପ୍ରଦିପ କୁମାର ନାୟକ ଓ ତହସିଲିଦାର ସ୍କୃତି ରଞ୍ଜନ ସତପଥି ଖାରିପଦା ଗ୍ରାମକୁ ଯାଇ ଗ୍ରାମ ଲୋକଙ୍କୁ ବୁଝାସୁଝା କରବା ପରେ କ୍ବାରେଣ୍ଟାଇନ ସେଣ୍ଟରେ ଥିବା ପ୍ରବାସୀମାନଙ୍କୁ ନିଜ ଗ୍ରାମକୁ ଫେରିଆଣିଥିଲେ
Nalco

Leave A Reply