ଆର,ଉଦୟଗିରି ମାଜିଷ୍ଟ୍ରେଟ୍ , ଥାନା ଅଧିକାରୀଣି ଓ ଉପଦଧକ୍ଷ୍ୟଙ୍କ କରୋନା ପଜିଟିଭ ଚିହ୍ନଟ : ସମଗ୍ର ଅଞ୍ଚଳ ୭ ଦିନଆ କଣ୍ଟେନମେଣ୍ଟ ଜୋନ ଘୋଷଣା
ମନୋଜ ପାଢୀ, ଆର,ଉଦୟଗିରି ଗଜପତି : ଅର,ଉଦୟଗିରି ବ୍ଲକରେ ୧୯ କରୋନା ପଜିଟିଭ ହୋଇଥିବା ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ସେଥିମଧରୁ ଛେଳିଗଡ ସ୍ଥାନୀୟ ଅଞ୍ଚଳରୁ ଜଣେ ଆର,ଉଦୟଗିରି ଗ୍ରାମର ଯୁଜିଷ୍ଟେଲ ମାଜିଷ୍ଟ୍ରେଟ୍, ଥାନା ଅଧିକାରୀଣି, ବ୍ଲକ ଉପଦଧକ୍ଷ୍ୟ , ଜଣେ ଶିକ୍ଷକ, ଜଣେ କୃଷି ବିଜ୍ଞାନ କେନ୍ଦ୍ର କର୍ମଚାରୀ, ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ,୧୧ଜଣ ପୁଲିସ ଫୋସ୍ ଏବଂ ଜଣେ ବିଜେଡି କର୍ମୀ ଅଛନ୍ତି । ଏହି ୧୬ଜଣ କରୋନା ଯୋଦ୍ଧାଙ୍କ ସଂସ୍କର୍ଶରେ ଗ୍ରାମର ବହୁଲୋକ ଆସିଥିବା ସନ୍ଦେହ କରାଯାଇଛି । ବ୍ଲକର ଉପଧକ୍ଷ୍ୟ ଜଣେ ଲୋକ ପ୍ରତିନିଧି ହୋଇଥିବାରୁ ଅଞ୍ଚଳର ଲୋକଙ୍କ ସବୁ ଦୁଖ କଷ୍ଟରେ ଜଣାନ୍ତି । ଆର,ଉଦୟଗିରି ଗ୍ରାମର ମାଜିଷ୍ଟ୍ରେଟ୍ କିଛି ଦେହ ଖରାପ ହେବାପରେ ତାଙ୍କ ସ୍ବାବ ପରିକ୍ଷା ପରେ ପଜିଟିଭ ସେହିପରି ଥାନା ଅଧିକାରୀଣିଙ୍କ ଜର ଲାଗିବା ରହିଛି ଏହାପରେ ତାଙ୍କର ସ୍ବାବ ପରୀକ୍ଷା କରିବାକୁରୁ ତାଙ୍କ ପଜିଟିଭ ବାହାଥିଲା । ଏପରି ୧୯ ଜଣ ଚିହ୍ନଟ ପରେ ୧୮ଜଣଙ୍କୁ ଜିଲ୍ଲାର କୋଭିଡ୍ ମେଡିକାଲକୁ ପଠାଇଛି ।
ମାଜିଷ୍ଟ୍ରେଟ୍ ଦେହ ଅତିଖରାପଥିବା ତାଙ୍କୁ ଭୁବନେଶ୍ବର ସୋମ ହସ୍କିଟାକୁ ଚିକିତ୍ସା ପାଇଁ ପଠାଇଛି । ବୋଲି ବିଡିଓ ପ୍ରଦିପ କୁମାର ନାୟକ କହିଛନ୍ତି । ଏହାକୁ ନେଇ ଆର,ଉଦୟଗିରି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେମାନେ ଗ୍ରାମର ବହୁ ଲୋକଙ୍କ ସଂସ୍କର୍ଶରେ ଆସିଥିବା ସନ୍ଦେହ କରି ଆର,ଉଦୟଗିରି ଗ୍ରାମ ଚାଞ୍ଚଡା ସାହି, ଦିଗବାର ସାହି,ପାତ୍ର ସାହି, ବଣିଆ ସାହି ଫାଇରିଟେସନ୍ ରାସ୍ତା, ତେତୁଲି ସାହି, ବୁଡିସିଲ, ଆର,ଉଦୟଗିରି ରୁ ଅତରସିଂ ରାସ୍ତା,ରଙ୍ଗମାଟି , ଆର,ଉଦୟଗିରି ରୁ ସମ୍ବଲପୁର ରାସ୍ତା, ପୁଲିସ ଟେଷ୍ଟସନ,କଲୋନି,କୃଷି ବିଜ୍ଞାନ କେନ୍ଦ୍ର ଅଫିସ , ଛେଳିଗଡ ରୁ ମୁନିସିଂ, ଛେଳିଗଡ ରୁ ରାମଗିରି ରାସ୍ତା ଓ ପି. ସଇଲଙ୍ଗ ରୁ ବିଦ୍ୟାଧର ପୁର ଏହି ସମସ୍ତ ଗ୍ରାମ ଓ ସାହି ରାସ୍ତାକୁ ସୋମବାର ଠାରୁ ୭ଦିନ ପାଇଁ ସ୍ଥାନୀୟ ପ୍ରଶାସନ ସିଲ୍ କରିଦେଇଛି ।
ରବିବାର ଅଗ୍ନିଶମ ବିଭାଗ ପକ୍ଷରୁ ଗ୍ରାମର ଥାନା , କୋର୍ଟ, ଏସଡିପିଓ ଅଫିସ ଓ କୃଷି ବିଜ୍ଞାନ କେନ୍ଦକୁ ସାନିଟାଇଜର କରିଥିଲେ । ବିଡିଓ ପ୍ରଦିପ କୁମାର ନାୟକ ଓ ତହସିଲଦାର ସ୍କୃତି ରଞ୍ଜନ ସତପଥି ପ୍ରମୁଖ ଜୋନର ବିଭିନ୍ନ ଦିଆଯାଇଛି । ସେହିପରି ନୁଆଗଡ ବ୍ଲକର ୭ଜଣ କରୋନା ଚିହ୍ନଟ ପରେ ବ୍ଲକର ୩ ଜଣ ପିଇଓ,ଜଣେ ଏପିଓ,ଜଣେ ବ୍ଲକ କେସିୟର ଓ ଦୁଇ ଜଣ ଖଜୁରୀପଦା ଗ୍ରାମର ଚିହ୍ନଟ ପରେ ଏମାନସହଙ୍କ ସହ ବହୁ ସରକାରୀ ଓ ବେସରକାରୀ ଲୋକମାନେ ସଂସ୍କର୍ଶରେ ଆସିଥିବା ସନ୍ଦେହ କରି ଖଜୁରୀପଦା ,ବଡପଦା ଓ ନୁଆଗଡ ଗ୍ରାମର ଥିବା ସମସ୍ତ ସାହିକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ନୁଆଗଡ ତହସିଲଦାର ପ୍ରଫୁଲ କୁମାର କୁଜୁରୁ କହିଛନ୍ତି । ୩ଟି ଗ୍ରାମର ସମସ୍ତ ସାହି ରାସ୍ତାକୁ ସିଲି କରାଯାଇଛି । ସ୍ଥାନୀୟ ବିଡିଓ ଲାବନେନ୍ଦ୍ର ମହାନ୍ତି ଜୋନର ବିଭିନ୍ନ ଦିଆଯାଇଛି ।