Odisha news

ଗୁଣି ଗାରେଡି ସନ୍ଦେହରେ ବୃଢାକୁ ଗୁଲିକରି ହତ୍ୟା : ଦେଢମାସ ପରେ ମାଟିତଳୁରୁ ପୁଲିସ ଉଦ୍ଧାର କଲା ମୃତ୍ୟୁଦେହ , ତାପରେ …

0
ଆର,ଉଦୟଗିରି : ଆର,ଉଦୟଗିରି ଥାନାର ଅବାରସିଂ ପଞ୍ଚୟତର ଗୁଣ୍ଡୁଲୁ ଗ୍ରାମର ଜଣେ ବୁଢାଙ୍କର  ମୃତ୍ୟୁ ଦେହ ଦେଢମାସ ପରେ ପୁଲିସ ମାଟିତଳୁ ଉଦ୍ଧାର କରିଛି । ଗୁଣିଗାରେଡିକୁ ନେଇ ତାଙ୍କୁ ଅଗଷ୍ଟ ୯ ତାରିଖରେ ପୋତିଦେଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି କେସ୍ ଅଭିଯୋଗ ସେହି ଗ୍ରାମର ରାମଚନ୍ଦ୍ର ରଇତଙ୍କୁ ଗିରଫ କରାଯାଇଛି ।
ପ୍ରକାଶ ଯେ ଗୁଣ୍ଡୁଲୁ ଗ୍ରାମର ବୁଡୁ ଗମାଙ୍ଗ ଗୁଣି ଗାରେଡି କରି ଗ୍ରାମର ପିଲାଙ୍କୁ ମାରିଦେବା ଅଭିଯୁକ୍ତ ମାନେ ସନ୍ଦେହ କରି ଅଗଷ୍ଟ ୯ ତାରିଖ ଦିନ ବୁଡୁ ଗମାଙ୍ଗକୁ ଗ୍ରାମରୁ ଅପହରଣ କରି ଗ୍ରାମ ଦୂରରେ ଥିବା  ଆଶାଡମ୍ବା ନାଳ ନିକଟରେ ବୁଡୁ ଗମାଙ୍ଗକୁ ହତ୍ୟା କରି  ତୁତିଦେଇଥିଲେ । ଏହି ବିଷୟ ସଂପୁକ୍ତ ବୃଦ୍ଧର ପୁତୁରା ଏବଂ ଗ୍ରାମର ଅନ୍ୟ ଜଣେ ଦେଖିଥିଲେ ମଧ୍ୟ ଅଭିଯୁକ୍ତ ମାନେ ଏନେଇ କାହାକୁ କହିଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇ ଥିଲେ ।
ସେ ଚୁପ୍ ରହିଥିଲେ ଶନିବାର ଦିନ ବୁଡୁ ଗମାଙ୍ଗଙ୍କ ପୁତୁରା ଆର,ଉଦୟଗିରି ଥାନାରେ ତାଙ୍କ ଦାଦାକୁ ସେହିଗ୍ରାମର ରାମଚନ୍ଦ୍ର ରଇତ ହତ୍ୟା କରି ପୋତି ଦେଇଥିବା ଲେଖିତ ଅଭିଯୋଗ ପରେ ସ୍ଥାନୀୟ ଅଧରାତିରେ ସେହି ଗ୍ରାମକୁ ଯାଇ ରାମଚନ୍ଦଙ୍କର ଘର ଚଢାଉ ରାମଚନ୍ଦକୁ ଧରି ଜେରାପରେ ରାମଚନ୍ଦ୍ର ସେ ପ୍ରଥମେ ଠେଙ୍ଗଆ ମାରିଲୁ ନମରିବାରୁ ଦେଶୀ ବନ୍ଧୁରେ ଗୁଳିକରି ହତ୍ୟାକରି ପୋତି ଦେଲୁ କହିଥିଲେ ଏବଂ କେଉଁ ଜାଗାରେ ମାରି ପୋତିଥିବାର ଦେଖଇବା ସହ ହତ୍ୟାରେ ବ୍ୟବହାର କରିଥିବା ବନ୍ଧୁକୁ ରାମଚନ୍ଦ୍ର ଘରୁ ଜବତ କରିଥିଲେ ।
ଏନେଇ ଆର,ଉଦୟଗିରି ଥାନାରେ ୭୬\୨୦ କେସ୍ କରି ଶବକୁ ବ୍ରହ୍ମପୁର ବଡ ମେଡିକାଲକୁ ବ୍ୟବଛେଦ ପାଇଁ ପଠାଯାଇଛି। ଏହି ହତ୍ୟାକାଣ୍ଡରେ ରାମଚନ୍ଦ୍ରକୁ ଗିରଫ କରିବା ସହ ତାଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ସେହିଗ୍ରାର ୫ ଜଣଙ୍କୁ ଥାନାକୁ ଆଣି ଜେରା ଚାଲିଥିବା ବିଶେଷ ସୁତ୍ରରୁ ଜଣାପଡିଛି ।
Nalco
Leave A Reply