Odisha news

କେ, ଝାଲରସିଂ ସାତଦିନ ପାଇଁ କଣ୍ଟେନମେଣ୍ଟ ଜୋନ

0

ଆର,ଉଦୟଗିରି(ମନୋଜ ପାଢୀ ,  ଆର,ଉଦୟଗିରି ଗଜପତି)- – -ସାରା ରାଜ୍ୟରେ ହୁହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ ଏଥିରେ ବାଦ ପଡିନି ଗଜପତି ଜିଲ୍ଲା ନୁଆଗଡ ବ୍ଲକର ମଙ୍ଗଳବାର ଓ ବୁଧବାର କେ, ଝାଲରସିଂ-9ଟି, ଲିଅବ–1,ତୁବୁସିଂ-1 ଓ ତେରେମେଣ୍ଡା-1, ମୋଟ ୧୨ ଆକ୍ରାନ୍ତ ଚିନଟ ହୋଇଛନ୍ତି।  କେ, ଝାଲରସିଂ ଗ୍ରାମ ଛଟଗ୍ରାମରେ ୯ଟି କରୋନା ଆକ୍ରମଣ ହେବା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ପ୍ରଶାସନ ନିୟମକୁ ନ ମାନି ଯୋଗୁ ଆସୁଥିବା ପ୍ରବାସୀମାନଙ୍କୁ ନିଳାମିସା କାରଣରୁ ଏତେ ପରିମାଣ ଗ୍ରାମର କରୋନା ଚିହ୍ନଟ ହୋଇନ୍ତି  ବୋଲି ଅନୁମାନ କରାଯାଉଛି ବୋଲି
ସ୍ଥାନୀୟ ତହସିଲଦାର ପ୍ରଫୁଲ କୁଜୁରୁ କହିଛନ୍ତି ।

ଗ୍ରାମରେ କରୋନା ଆକ୍ରାନ୍ତ ହୋଇଥିବାବେଳେ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଉପତ ଗ୍ରାମର ବ୍ୟକ୍ତିମାନେ ଚିହ୍ନଟ ପରେ ଖଜୁରୀପଦା ଓ ଆର,ଉଦୟଗିରି ବଜାରରେ ବହୁ ଲୋକଙ୍କ ସଂସ୍ବର୍ଶରେ ଆସିଥିବା କୁହାଯାଇଛି । ଏହି ଖବର ସ୍ଥାନୀୟ ସରପଞ୍ଚ ଗାଇତନ୍ ମଣ୍ଡଳ ଗ୍ରାମକୁ କଣ୍ଟେନମେଣ୍ଟ ଜୋନକୁ କରିବା ଅନୁଯାୟୀ  ମଙ୍ଗଳବାର ରାତିରେ ଗଜପତି ଜିଲ୍ଲାପାଳ ଅନୁପମ ସାହା କେ,ଝାଲରସିଂ ଗ୍ରାମକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । କେ, ଝାଲରସିଂ ଗ୍ରାମକୁ ସଂଯୋଗ କରୁଥିବା ଭାଲିଆପଦର, ବୁରୁପଦା ଓ ଖଜୁରୀପଦା ଗ୍ରାମକୁ ପ୍ରଶାସନ ପକ୍ଷରୁ ଯିବାଆସିବା ଉପରେ କଟକଣା ଜାରି କରାଯିବା ସହ ପ୍ର୍ରତ୍ୟେକ ସାହି ରାସ୍ତାକୁ କାଠ ବାଉଁଶ ପୋତି ବନ୍ଦ କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ପର୍ଯ୍ୟରୁ ଚିନଟ ହୋଇଥିବା ଗ୍ରାମକୁ ଆଜିଠାରୁ ମାସ୍କ କିନିଗି୍ ଆରମ୍ଭ ହେବା , ଆଶା,ଅଙ୍ଗନବାଡି କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ଗ୍ରାମ ଗୁଡିକର ଘରଘର ବୁଲି ସମସ୍ତଙ୍କର ଲକ୍ଷଣ ଅଛି କି ନାହିଁ ପଚାରୀ ବୁଝିବେ । ଯେଉଁ ବ୍ୟକ୍ତିଙ୍କର ଲକ୍ଷଣଥିବ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ସ୍ବାବ ପରିକ୍ଷା ପାଇଁ ଲେଖି ଜଣାହେବ ଏବଂ କେ, ଝାଲରସିଂ ଗ୍ରାମକୁ ସାନିଟାଇଜର କରାଯିବ ବୋଲି ଡାକ୍ତର ନିବେଦିତା ସାହୁ କହିଛନ୍ତି ।

ପ୍ରଶାସନ ପକ୍ଷରୁ ପରିଦଶନ ଦାୟତରେ ଉପଜିଲ୍ଲାପାଳ ସଂଗ୍ରାମଶେଖର ପଣ୍ଡା, ଏସିଏସ ଜି ସି ପାତ୍ର, RWSS ବିଭାଗର ନିଭାଇ ଯନ୍ତୀ ସନ୍ତୋଷ କୁମାର କର, ଡକ୍ତର ଏମ . ଏସ. ମୁନି, କଣ୍ଟେନମେଣ୍ଟ ଜୋନ ଅଧିକାରୀ ତଥା ବିଡିଓ ଲାବନେନ୍ଦ୍ର ମହାନ୍ତି,ତହସିଲଦାର ପ୍ରଫୁଲ କୁଜୁରୁ, rwss କନିଷ୍ଠ ଯନ୍ତୀ ପ୍ରଫୁଲ ମୁନି, ସହକାରୀ ଯନ୍ତୀ ପି. କେ , ପଟନାୟ , ସପଲାଇ ସବ୍ୟସାଚି ମାହାପାତ୍ର ଓ ଡ, ନିବେଦିତା ସାହୁ ପ୍ରମୁଖଙ୍କୁ ବିଭିନ୍ନ ଦାୟତ୍ବ ବଣ୍ଟନ କରାଯାଇଥିବା ଜଣାପଡିଛି । ଗ୍ରାମକୁ ବୁଧବାର ବିଶୋଧନ କରାଯାଇଛି ।  ସ୍ଥାନୀୟ ସରପଞ୍ଚ କହିଛନ୍ତି ୭ ଜଣ କୋଭିଡ୍ ସେଣ୍ଢର ପଠାଇଛି ଅନ୍ୟ ଦୁଇ ଜଣ ଡାଇବେଟି ରୋଗି ସେମାନେ ବେଡରୁ ଉଠିପାରୁନଥିବା ବିଷୟ ଜିଲ୍ଲାପାଳ ଜାଣିବା ପରେ ସୋନ୍ତର ସଂଙ୍ଗରୋଧ କେନ୍ଦ୍ରରେ ରଖାଯାଛି ବୋଲି କହିଛନ୍ତି । କେ, ଝାଲରସିଂ  ଗ୍ରାମର ୭ଜଣଙ୍କୁ କରୋନା ଚିହ୍ନଟ ବ୍ୟକ୍ତିମାନଙ୍କୁ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ କିଛି ସମୟ ନ ନେବା ପାତିବାରେ ଗ୍ରାମରେ ତହସିଲଦାର ଶ୍ରୀ କୁଜୁରୁ ଅଠକାଇ ରଖିଥିଲେ ବହୁ ବୁଜାବୁଝୀ ପରେ ଛାଡିଥିଲେ ଗ୍ରାମରେ ସାନ୍ତ ହୋଇଥିଲା ବୋଲି ତହସିଲଦାର କହିଥିଲେ ।

Nalco
Leave A Reply