Odisha news

ଶୋଉଚ ବାହାନାରେ ଗିରଫ ଆସାମୀ ଫେରାର

0

ଆର,ଉଦୟଗିରି : ଆର,ଉଦୟଗିରି ପୁଲିସ ଗଞ୍ଜେଇ ଚୋରା ଚାଲାଣ ଅପରାଧରେ ଗୁରୁବାର ଦିନ କାନକଟା ଚେକଗେଟରେ ଅଡବା ଥାନାର ଗୁଙ୍ଗିମେରା ଗ୍ରାମର କରଣ ଗମାଙ୍ଗ, ପୁରୀ ଜିଲ୍ଲାର ଖଣ୍ଡଗିରି ଥାନାର ବେଣ୍ଟପଡାର ଶରତ ଦେ ଓ ପୁରୀ ସଦରମ ଥାନା ଅଞ୍ଚଳର ପ୍ରମୋଦ ମଲ୍ଲିକଙ୍କୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଶୁକ୍ରବାର ଦିନ ଏହି ୩ ଜଣ ମୁଦୁଲାଙ୍କୁ କୋର୍ଟ ଚାଲାଣ କରାଇଥାନ୍ତା । ୩ ଜଣଙ୍କ ମଧ୍ୟରୁ ପ୍ରମୋଦ ମଲ୍ଲିକ ସୌଉଚ ହେବା ପାଇଁ ଥାନା ପରିସରରେ ଥିବା ପାଇଖାନାକୁ ଯାଇଥିଲେ ।

ଏହି ସମୟରେ କାର୍ଯ୍ୟରତ୍ତ ପୁଲିସ କର୍ମଚାରୀ ବାହରୁପଟୁ  ପାଇଖାନାର କବାଟକୁ ବନ୍ଧ କରିଥିଲେ । ମୁଦୁଲା ଦୀଘ ସମୟରେ ଧରି ନ ଡାକିବାରୁ କବାଟ ଖୋଲି ଦେଖିବା ବେଳକୁ ଅଭିଯୁକ୍ତ ପ୍ରମୋଦ ଭେଟ୍ଲେସନର କାଚଭାଙ୍ଗି ଓ ଲୁହା ରଡବାଙ୍କଡା କରି ଫେରା ହୋଇଯାଇଛି । ରାତ୍ର ୧ ଘଣ୍ଟା ସମୟରେ ଆର,ଉଦୟଗିରି ପୁଲିସ ଘଟଣା ସମ୍ପର୍କରେ ଉର୍ଚ ପଦଅଧିକାରୀଙ୍କୁ ଜଣାଇଥିଲେ । ଏନେଇ ଆର,ଉଦୟଗିରି ଥାନାରେ ୫୭\୨୦ ଅଭିଯୁକ୍ତ
ଫେରାର ମାମଲା ରୁଜୁକରି ଘଟଣା ତଦନ୍ତ ଯାରିରହିଛି ।

ଫେରାର ଆସାମୀକୁ ଖୋଜିବା ପାଇଁ ରାମଗିରି ,ମୋହନା ଓ ଆର,ଉଦୟଗିରି ଥାନା ଅଧିକାରୀ ଏବଂ କର୍ମଚାରୀ ବିଭିନ୍ନ ଜାଗାକୁ ଖାନତଲାସି କରିବା ସହ ନାକାବନ୍ଦି କରାଯାଇଛି ଆଜିସୁଧା ଫେରାର ଆସାମୀଙ୍କୁ ଧରାଯାଇ ନାହିଁ ବୋଲି ଏସଡିପିଓ ଅନିଲ କୁମାର ପ୍ରଧାନ ସୁଚନା ଦେଇଛନ୍ତି । ସାଧାରଣରେ ପ୍ରଶ୍ନ ହେଉଛି ଯେ ଥାନା ଭିତରେ ଥିବା ସୌଚାଳୟ ଭିତରୁ ଭେଟ୍ ଲେସନର ତାଡି କପରି ଅଭିଯୁକ୍ତ ଫେରାର ହେଲା ଥାନାରେ କଡା ସୁରୁକ୍ଷ୍ୟ ସହିତ ଥାନାର ଚାରିପଟ ପାଚେରି କରିବା ସହ ତାର ବେଢା ହୋଇଥିଲେ ମଧ୍ୟ କିପରି ଅଭିଯୁକ୍ତ ଫେରାର ହେଲା ଏବଂ ଫେରାର ସମୟରେ ଦାୟିତ୍ବରେ ଥିବା ପୁଲିସ କିପରି ଜଣିପାରିଲେ ନାହିଁ ବୋଲି ସାଧାରଣରେ ଚର୍ଛ ହେଉଛି । ଏହା ମଧ୍ୟ ଚର୍ଛାହେଉଛି ଯେ ଗଞ୍ଜେଇ ବେପାରି ମୁଖ୍ୟ ଅଭିଯୁକ୍ତ ଥିବାରୁ ପୁଲିସ ଯାଇସୁଣି ଛାଡିଦେଇ ପୁଲିସ ଆସାମୀ ଫେରାର ହୋଇଛି ବୋଲି କହୁନାହାନ୍ତି ତ ।

Leave A Reply