Odisha news

ଆର.ଉଦୟଗିରି ତହସିଲଦାର ଓ ପୋଲିସ ଉପରେ ଆକ୍ରମଣ ଘଟଣା , ଆଉ ଦୁଇ ଅଭିଯୁକ୍ତ ଗିରଫ

ଆର.ଉଦୟଗିରି : (ଗଜପତି ଜ଼ିଲ୍ଲା ଆର. ଉଦୟଗିରିରେ ତହସିଲଦାର ଏବଂ ପୋଲିସ କର୍ମଚାରୀଙ୍କ ଉପରେ ଗତ 7ତାରିଖ ଦିନ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ହୋଇଥିବା ଆକ୍ରମଣ ଘଟଣାର ଆଉ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଆର.ଉଦୟଗିରି ପୋଲିସ । ପୂର୍ବରୁ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର    ଛେଲାଗଡ ଗ୍ରାମ ନିକଟରୁ ଗିରଫ କରିଥିବାବେଳେ  ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରିଥିବାବେଳେ ଆଜି ପୁଣି କମଳାପୁରୁ ଗ୍ରାମ  ଆଉ ଦୁଇ ଜଣକୁ ଗିରଫ କରିଥିବା ନେଇ ସୂଚନା ଦେଲେ ଆର.ଉଦୟଗିରି ଏସଡ଼ିପିଓ ! ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ଗିରଫ ଅଭିଯୁକ୍ତଙ୍କୁ 58/21ରେ ମାମଲା ରୁଜୁକରି ସେମାନଙ୍କ ନାମ ଗୋପନୀୟ ରଖିଛି ଆର.ଉଦୟଗିରି ପୋଲିସ ।
ସୂଚନାଯୋଗ୍ୟ ଯେ ଗତ ୭ ତାରିଖରେ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ କୋଭିଡ୍ ନିୟମ ଉଲ୍ଲଂଘନ କରି ଚାଲିଥିବା ଏକ ବାହାଘର ବନ୍ଦ କରିବାକୁ ପୋଲିସ ସହ ପହଞ୍ଚିଥିଲେ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ । ତେବେ ସେଠାରେ ମରଣାନ୍ତକ ଆକ୍ରମଣ ହେବାରୁ ତହସିଲଦାରଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ତେବେ ଉକ୍ତ ଘଟଣାକୁ କେନ୍ଦ୍ରକରି ଆର.ଉଦୟଗିରି ତହସିଲ କର୍ମଚାରୀ ସଂଘ ଏବଂ ଆର.ଉଦୟଗିରି ଯୁବଗୋଷ୍ଠି ମଧ୍ୟ ଦୋଷୀଙ୍କୁ ଜ୍ୟଥା ଶୀଘ୍ର ଧରିବାଲାଗି ଜିଲ୍ଲାପାଳଙ୍କ ଉଦେଶ୍ୱରେ ଏକ ଦାବିପତ୍ର ପ୍ରଦାନ କରିଥିଲେ !
ସେପଟେ ଦୋଷୀଙ୍କୁ ଯ୍ୟଥାଶୀଘ୍ର ଧରାନଗଲେ ଆର.ଉଦୟଗିରି ତହସିଲ କର୍ମଚାରୀ ସଂଘ କଲମ ଛାଡ଼ ଆନ୍ଦୋଳନ କରିବାଲାଗି ଚେତାବନୀ ଦେଇଥିବାବେଳେ ଅନ୍ୟପଟେ ଯୁବଗୋଷ୍ଠି ଦୋଷୀଙ୍କୁ ସାତଦିନ ମଧ୍ୟରେ ଧରାନଗଲେ ଆର.ଉଦୟଗିରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାଲାଗି ଚେତାବନୀ ଦେଇଛି ଯୁବଗୋଷ୍ଟି ! ଅନ୍ୟପଟେ ଜଣେ ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ କୋଭିଡ କଟକଣା ନିୟମ ପ୍ରକାରେ ଏକ ବିଭାହ କାର୍ଯ୍ୟକୁ ରୋକିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହୋଇ ମରଣାନ୍ତକ ଆକ୍ରମ ତହସିଲଦାର ଓ ପୁଲିସ ଆକ୍ରମଣ ଦୁଇ ପୁଲିସ ଆମ୍ଭସମର୍ପଣ କରିବା ସହ ଆଜିସୁଧା ୧୦ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛନ୍ତି ମାତ୍ର କୌଣସି ଗିରଫ ଅଭିଯୁକ୍ତଙ୍କ ନାମ କାହିକି ଗୋପନ ରଖାଯାଉଛି ଏହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ହେଉଛି ।
IEC 2 years

Comments are closed.