ଆର,ଉଦୟଗିରି : ଲାଗୁଛି ଯେମିତି ଚୋରା ଗଞ୍ଜେଇ ବେପାରିଙ୍କ ଭୂସ୍ବର୍ଗ ପାଲଟିଛି ଗଜପତି ଜିଲ୍ଲାର ମୋହନା ବ୍ଲକ ଅଞ୍ଚଳରେ ପ୍ରାୟତଃ ଦିନେ ଦୁଇ ଦିନରେ ଥରେ ମୋହନା କିମ୍ବା ଅଡବା ଥାନା ଅଞ୍ଚଳରେ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଶୁକ୍ରବାର ଭୋର ୫.୩୦ ପୁଣି ୧୧୫ କେଜି ଗଞ୍ଜେଇ ଜବତ କରିଛି ଅଡବା ପୁଲିସ ପେଟ୍ରୋଲିଙ୍ଗ ସାରି ଫେରୁଥିବା ବେଳେ ଇଡିକିମା ରୁ ଗୁଣ୍ଡିମା ରାସ୍ତାରେ ଏକ ଟାଟା ଏସିଇ ନଂ JH – 1 – DM- 3657ରୁ ଏହି ଗଞ୍ଜେଇ ଜବତ କରାଯାଇଛି । ଉକ୍ତ ଗଞ୍ଜେଇ ରାୟଗଡା ଜିଲ୍ଲାରୁ ଝାଡଖଣ୍ଡ ଚାଲାଣ ହେଉଥିବା ଅଡବା ଥାନା ଭାରପ୍ରାପ ଅଧିକାରୀ ଆଲୋକ ରଞନ ଯୋଗଦଲ ସୁଚନା ଦେଇଛନ୍ତି ।
ଜବତ ଗଞ୍ଜେଇର ମୂଲ୍ୟ ୫ଲକ୍ଷ ୭୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ପୁଲିସ ଗାଡିଚାଳକ ଝାଡଖଣ୍ଡ ଲୋହାରଡାଗା ଜିଲ୍ଲା ସାବେଡା ଗ୍ରାମର ରୋହିତ ଗୋପକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଚଢାଉରେ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିଲେ । ଗତ ଏକ ସପାହିକ ମଧ୍ୟରେ ପୁଲିସ ବିପୁଳ ଗଞ୍ଜେଇ ଜବତ କରବା ସହ ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରୁଛି । କିନ୍ତୁ ଅଞ୍ଚଳରେ ରହି ରାଜ୍ୟ ବାହରକୁ ଗଞ୍ଜେଇ ଚାଲାଣ କରିବାରେ ସହଯୋଗ କରୁଥିବା ଆଞ୍ଚଳିକ ମାଫିଆ ମାନେ ପୁଲିସ ହାତରେ ପଡୁନାହାନ୍ତି । ଅଞ୍ଚଳର ଥିବା ଅବକାରୀ ବିଭାଗ ହାତ ଯୁଡି ବସିଥିବା ବେଳେ ଅଞ୍ଚଳର ପୁଲିସ ପ୍ରତିଦିନ ଅଞ୍ଚଳର ଗଞ୍ଜେଇ ବେପାରି କାବୁରିପାରୁ ଥିବା ବେଳେ ଅବକାରୀ ଅଧିକାରୀ ମାଶିକ ଚାନ୍ଧା ନେଇ ଚୁପୁ ରହନ୍ତି ବୋଲି ଅଞ୍ଚଳରେ ଚର୍ଚା ହେଉଛି ।
