ବେତନଟୀ : କରୋନା ମହାମାରୀର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରବାସୀ ଓ ଅନ୍ୟ ମାନଙ୍କୁ ରଖିବା ପାଇଁ ବେତନଟୀ ବ୍ଲକରେ ମୋଟ ୩୨ଟି ସଙ୍ଗରୋଧ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ଥିଲା । ଧୀରେ ଧୀରେ ପ୍ରବାସୀଙ୍କ ସଂଖ୍ୟା କମି ଯିବାରୁ ଏବେ ଏହାର ସଂଖ୍ୟା ଚାରିକୁ ଖସି ଆସିଛି । ଏବେ କେବଳ ବେତନଟୀ ଏମପିସି ଉଚ୍ଚ ବିଦ୍ୟାଳୟ, ବୈଶିଙ୍ଗା ମୁନିଲାଲ ଉଚ୍ଚ ବିଦ୍ୟାଳୟ, ଖଇରବଣୀ ଆଶ୍ରମ ସ୍କୁଲ ଓ ଦହିକୋଟୀ ସ୍କୁଲରେ ଚାଲି ଥିବା ସଙ୍ଗରୋଧ କେନ୍ଦ୍ର କାର୍ଯ୍ୟକ୍ଷମ ଥିବାର ଜଣା ପଡିଛି ।
ଏପରିକି ବେତନଟୀ ବ୍ଲକ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟରେ ଚାଲି ଥିବା ନୋଡାଲ ସଙ୍ଗରୋଧ କେନ୍ଦ୍ରକୁ ବନ୍ଦ କରି ଦିଆ ଯାଇଛି । ବେତନଟୀ ବ୍ଲକରେ ଏବେ ସୁଦ୍ଧା ୨୧୯୫ ଜଣ ମହିଳା, ପୁରୁଷ ଓ ଶିଶୁ ମିଶି ସଙ୍ଗରୋଧରେ ରହିଛନ୍ତି । ସଙ୍ଗରୋଧ କେନ୍ଦ୍ରର ଅନ୍ତେଃବାସୀ ମାନଙ୍କୁ କେନ୍ଦ୍ର ଛାଡିବା ସମୟରେ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରା ଯାଇ ଥାଏ । ବେତନଟୀ ବ୍ଲକରେ ଗୋଟିଏ ପର୍ଯ୍ୟାୟେ ୭୧୭ ଜଣଙ୍କୁ ଏହି ସହାୟତା ରାଶି ପ୍ରଦାନ କରା ଯାଇ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୯୮୮ ଜଣ ଏପରି ମୋଟ ୧୭୦୫ ଜଣଙ୍କୁ ୩୪ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରା ଯାଇ ସାରିଛି