ଦଶରଥପୁର, ୬/୫(ସବୁ୍ୟ) : କରୋନା ମୁକାବିଲା ପାଇଁ ସମଗ୍ର ବିଶ୍ୱ ଲଢାଇ କରୁଛି । ମାତ୍ର ଏଠି କାହା ପାଇଁ ସର୍ବନାସ ପାଲଟିଲାଣିତ କାହା ପାଇଁ ପୁଷମାସ ପାଲଟିଯାଇଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦଶରଥପୁର ବ୍ଲକରେ । ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସି ଓଡିଆଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଆଇସୋଲେସନ ସେଣ୍ଟରରେ କ୍ୱାରେଣ୍ଟାଇନ ରଖାଯିବ ।
ସେମାନଙ୍କ ପାଇଁ ରହିବା ପାଇଁ ବେଡ, ଗଦି, ବେଡସିଟ, ତକିଆ, ବାଲ୍ଟି, ମଗ, ନିତ୍ୟ ବ୍ୟବହାର ସାମଗ୍ରି ଆଦି ଯୋଗାଯିବା ସହିତ ଦିନକୁ ୪ଟାଇମ ଖାଦ୍ୟ ପ୍ରଦାନ କରାଯିବ । ମାତ୍ର ସେମାନଙ୍କ ପାଇଁ ସ୍ଥାନୀୟ ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ଏହି ସମସ୍ତ କାର୍ଯ୍ୟ କରାଯିବା କଥା । ମାତ୍ର ସେମିତି କରାନଯାଇ ଦଶରଥପୁର ବ୍ଲକର ମାତ୍ର ୪/୫ଟି ପଂଚାୟତକୁ ଛାଡି ଦେଇ ଅନ୍ୟ ୩୦ ପଂଚାୟତରେ ଜଣେ ନିଦ୍ଧିଷ୍ଠ ସାମାଜିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ତଥା ବିଶିଷ୍ଠ ରାଜନେତାଙ୍କ ନାମରେ ବ୍ୟବସାୟ ଆରମ୍ଭ କରାଯାଇଛି । ଅନୁଷ୍ଠାନଟି କ୍ୱାରେଣ୍ଟାଇନ ସେଣ୍ଟର ପାଇଁ ଆସିବାକୁ ଥିବା ସମସ୍ତ ଜିନିଷ ଯୋଗାଇଦେଉଥିବା ଦେଖିବାକୁ ିଳିଛି ।
ଜଣେ ରାଜନେତାଙ୍କ ଇଂଗିତରେ ଯାଜପୁର ବ୍ଲକସ୍ଥ ଜଣେ ସାମାଜିକ କର୍ମକର୍ତ୍ତାଙ୍କ ନେତୃତ୍ୱରେ ସମଗ୍ର ବ୍ଲକରେ ଏହି ବ୍ୟବସାୟୀ ଆରମ୍ଭ ହୋଇଯାଇଛି । ସରପଂଚ ଏହି ଜିନିଷ କିଣିବା ପୂର୍ବରୁ ବାଧ୍ୟତା ମୂଳକ ଭାବେ ପଂଚାୟତମାନଙ୍କୁ ଜିନିଷ ପଠାଇ ଦିଆଯାଉଛି । ଜିନିଷ ନକିଣିବାକୁ ମନା କରୁଥିବା ସରପଂଚ ମାନଙ୍କୁ ବିଭିନ୍ନ ଧମକ ଦିଆଯାଉଛି । ଜିନିଷ ଗୁଡିକୁ ବ୍ଲକସ୍ଥ ଏକ ସରକାରୀ ବିଦ୍ୟାଳୟରେ ଗୋଦାମ ଘର ଭାବେ ବ୍ୟବହାର କରାଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଜିନିଷ ଗୁଡିକ ଅତି ନିମ୍ନମାନର ବୋଲି ଦେଖିବାକୁ ମିଳିଛି । ସେଠାରୁ ବିଭିନ୍ନ ପଂଚାୟତକୁ ଜିନିଷ ପଠାଯାଉଛି । ଯାହାକି ସମ୍ପୂର୍ଣ୍ଣ ବେଆଇନ ଏବଂ ସରପଂଚମାନଙ୍କର କ୍ଷମତା ହ୍ରାସ କରାଯାଉଥିବା ଅଭିଯୋଗ ହୋଇଛି । ଏଣୁ ଏପରି କାର୍ଯ୍ୟକୁ ବନ୍ଦ କରିବାକୁ ଜଣେ ସରପଂଚ ଭିଡିଓ ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ନଚେତ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।