Odisha news

କ୍ୱାଣ୍ଟ କିଙ୍ଗ କିଏ ? ଯିଏ ଥିଲେ ଗଣିତରେ ଧୁରନ୍ଧର ଏବଂ ଛାଡି ଦେଇଗଲେ କୋଟି କୋଟି ଟଙ୍କାର ସମ୍ପତି ଜନସେବା ପାଇଁ

0

ନୂଆଦିଲ୍ଲୀ : ଜଣାଶୁଣା ଉଦ୍ୟୋଗପତି ଜେମ୍ସ ସିମନ୍ସ ଙ୍କର ୮୬ ବର୍ଷ ବୟସରେ ନିଧନ ହୋଇ ଯାଇଛି l ସେ ଜଣେ ସୁଦକ୍ଷ ଗଣିତଜ୍ଞ ଥିଲେ, ଯିଏକି ଦୁନିଆର ସବୁଠୁ ସଫଳ ହେଜ ଫଣ୍ଡ ରେ ସେ ରେନେସl ଟେକ୍ନୋଲୋଜି ର ସଂସ୍ଥାପକ ଥିଲେ l ଫୋର୍ବସ ର ସୂଚନା ଅନୁସାରେ ତାଙ୍କର ଆନୁମାନିକ ସମ୍ପତି ୩୧ ଆରବ ଡଲାର ଅଟେ l ସେ ନିଜର ପରଉପକାରୀ ଗତିବିଧି ପାଇଁ ମଧ୍ୟ ସମସ୍ତଙ୍କ ନିକଟରେ ପରିଚିତ l ସିମନ୍ସ ଜୀବିତ ଥିବା ଅବସ୍ଥାରେ ଶିକ୍ଷା, ବିଜ୍ଞାନ ଓ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଦାନ କରିଛନ୍ତି l

ତାଙ୍କର ଜନ୍ମ ୧୯୩୮ ରେ ନିୟୁୟର୍କ ସହର ରେ ହୋଇଥିଲା l ସେ ଚିକାଗୋ ବିଶ୍ୱବିଦ୍ୟାଳୟ ରୁ ଗଣିତ ରେ ପିଏଚଡି ଲାଭ କରିଥିଲେ l ଶୀତଳ ଯୁଦ୍ଧ ସମୟରେ ସେ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ର ଗୋଟିଏ କୋଡ଼ ବ୍ରେକର ଭାବରେ କାମ କରିଥିଲେ, ଯେଉଁଠାରେ ସେ ଏଲଗୋରିଦିମ ଏବଂ ଡାଟା ବିସ୍ଲେସଣ ରେ ସ୍କିଲ ହାସଲ କରିଥିଲେ l ପରେ ଏହା ତାଙ୍କୁ ୱାଲ ଷ୍ଟ୍ରିଟ ଉପରେ ସଫଳତା ଆଣିବାରେ ସାହାଯ୍ୟ କରିଥିଲା l

୧୯୭୮ ରେ ସିମନ୍ସ ରେନେସଂl ଟେକ୍ନୋଲୋଜି ର ସ୍ଥାପନା କରିଥିଲେ l ଏହି ଜଟିଳ ଗାଣିତିୟ ମଡେଲ ଓ ଅନ୍ୟ ବିତିୟ ବିଶ୍ୱ ବ୍ୟାପାର ରେ ସାହାଯ୍ୟ କରିଥିଲା l ଏହା ନିବେଶକ ମାନଙ୍କୁ ଖୁବ ଲାଭ ଦେଇଥିଲା l ସିମନ୍ସ ଙ୍କୁ ଅଧିକାଂଶ ଲୋକେ ଜିମ ନାମରେ ଜାଣୁଥିଲେ l ସେ ୬୦ ବର୍ଷ ପୂର୍ବରୁ ଆମେରିକା ଗୁଇନ୍ଦା ବିଭାଗ ଓ ଗଣିତ ଶିକ୍ଷା ରେ ନିଜ କ୍ୟାରିଅର ରେ ନିବେଶ କରିଥିଲେ, ତାଙ୍କୁ କ୍ୱାଣ୍ଟ କିଙ୍ଗ ବୋଲି କୁହାଯାଇ ଥିଲା l ସିମନ୍ସ ନିଜର ବୁଦ୍ଧି ଓ ଉଦ୍ୟମ ବଳରେ ବିଶ୍ୱରେ ସର୍ବଦା ପ୍ରତିଷ୍ଠିତ ହୋଇ ରହିଗଲେ l

Ad2
Leave A Reply