Odisha news

କ୍ୱାଡ ଦେଶ ସମ୍ମିଳନୀ ୨୦୨୨: ଭାରତ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କୁ ଦେଖି ଜାପାନ ପ୍ରଧାନମନ୍ତ୍ରୀ ଙ୍କ ସମାଲୋଚନା

0
ନୂଆଦିଲ୍ଲୀ : ଜାପାନ ରେ ମଙ୍ଗଳବାର ଦିନ କ୍ଵାଡ ଦେଶ ମାନଙ୍କର ସମ୍ମିଳନୀ ରେ ରୁଷ ୟୁକ୍ରେନ ଯୁଦ୍ଧ ମୁଖ୍ୟ ଆଲୋଚନାର ବିଷୟ ବସ୍ତୁ ରହିଲା । ଭାରତକୁ ଛାଡ଼ି ବାକି ସମସ୍ତ ସଦସ୍ୟ ଦେଶ ( ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ) ଏହାକୁ କଡ଼ା ନିନ୍ଦା କରିଥିଲେ, ଏବଂ ରୁଷ ଉପରେ ଅନେକ ପ୍ରତିବନ୍ଧକ ଲଗାଇ ଥିଲେ । କିନ୍ତୁ ଭାରତ ବର୍ତ୍ତମାନ୍ ସୁଦ୍ଧା ରୁଷ କୁ ନେଇ କୌଣସି ଆଲୋଚନା କରିନାହିଁ କିମ୍ବା ବ୍ୟବସାୟୀକ ସମ୍ପର୍କ ମଧ୍ୟ ଛିନ୍ନ କରିନାହିଁ । ଭାରତ ଶାନ୍ତିପୂର୍ଣ୍ଣ ଭାବରେ କୂଟନୈତିକ ସ୍ତରରେ ଜୋର୍ ଦେଉଚି । ଭାରତର ଏଭଳି କାର୍ଯ୍ୟ କୁ ନେଇ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଙ୍କୁ ପ୍ରଶ୍ନ କରାଗଲା ।
କ୍ବାଡ ଦେଶ ମାନଙ୍କର ସାକ୍ଷାତ ସମାପନ ପରେ ଜାପାନ କୁ ପ୍ରଶ୍ନ କରାଗଲା ଯେ ରୁଷ ସହିତ ଭାରତ ର କ୍ୱାଦ ଦେଶ ମାନଙ୍କ ଉପରେ କି ପ୍ରଭାବ ପକାଇବ ।
ଏହି ପ୍ରଶ୍ନ ର ଉତ୍ତର ରେ ଜାପାନ ପ୍ରଧାନମନ୍ତ୍ରୀ ଖୁବ୍ ସାବଧାନତାର ସହିତ ଉତ୍ତର ଦେବାକୁ ଯାଇ କହିଲେ ଯେ ‘ ଅନ୍ତର୍ ରାଷ୍ଟ୍ରୀୟ ସ୍ତରରେ ଦେଖିବାକୁ ଗଲେ ପ୍ରତ୍ୟେକ ରାଷ୍ଟ୍ରର ନିଜସ୍ଵ ଐତିହାସିକ ଓ ଭୌଗଳିକ ସ୍ଥିତି ରହିଛି । କେବଳ ସମାନ ବିଚାର ଧାରା ରଖୁଥିବା ଦେଶ ମାନଙ୍କ ସହିତ କେବଳ ଏଭଳି ହୋଇଥାଏ । ଏହା ସ୍ୱାଭାବିକ ଅଟେ , କିନ୍ତୁ ଗୋଟିଏ ସଂଗଠନ ଭାବରେ କ୍ୱାଡ୍ ଦେଶ ଙ୍କ ମଧ୍ୟରେ ଆପସ ବୁଝାମଣା ଓ ସହଯୋଗ ବଢ଼ାଇବା ମହତ୍ତ୍ୱପୂର୍ଣ୍ଣ ଅଟେ । ‘
ଜାପାନ ପ୍ରଧାନମନ୍ତ୍ରୀ ଆଗକୁ କହିଥିଲେ ଯେ ‘ ୟୁକ୍ରେନ ର ସ୍ଥିତିକୁ ନେଇ ଭାରତ ସହିତ ୪ ଦେଶ ର ନେତାଙ୍କ ମଧ୍ୟରେ ଏହି କଥାକୁ ନେଇ ସହମତି ରହିଛି ଯେ କାନୁନ୍ ର ଶାସନ, ସଂପ୍ରଭୂତା ଓ କ୍ଷେତ୍ରୀୟ ଅଖଣ୍ଡତା ଭଳି ବିଭିନ୍ନ ସିଦ୍ଧାନ୍ତ ର ମହତ୍ତ୍ଵ ରହିବା ଆବଶ୍ୟକ । କୌଣସି ମଧ୍ୟ କ୍ଷେତ୍ର କୁ ଏକତରଫା ପରିବର୍ତ୍ତନ ପାଇଁ ଅନୁମତି ଦିଆ ଯିବ ନାହିଁ । ୟୁକ୍ରେନ ଉପରେ ରୁଷ ର ଆକ୍ରମଣ ଏଭଳି ଏକ ଘଟଣା ଯାହା ଅନ୍ତର ରାଷ୍ଟ୍ରୀୟ ବ୍ୟବସ୍ଥାର ମୂଳ ଦୁଆ କୁ ଦୋହଲାଇ ରଖି ଦେଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇ ଡେନ୍, ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ପ୍ରଧନମନ୍ତ୍ରୀ ଅଲ୍ଵନିଜ ଙ୍କ ଭାଗିଦାରୀ କାରଣରୁ ଆମେ ଦୁନିଆକୁ ଟୋକିଓ ରୁ ପ୍ରତିବଦ୍ଧତା ର ଗୋଟିଏ ଶକ୍ତିଶାଳୀ ସନ୍ଦେଶ ପଠାଇ ବାକୁ ସକ୍ଷମ ହୋଇଛୁ । ‘
Leave A Reply