Odisha news

ବଡ ଖବର : କରୋନା ଟିକା ନେବା ପରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା

ନୂଆଦିଲ୍ଲୀ: କରୋନା ଟିକା ନେବା ପରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିବା ଜଣାପଡ଼ିଛି। ମାର୍ଚ୍ଚ ୨୩ରେ ସେ କରୋନା ଟିକା ନେଇଥିଲେ। ଟିକା ନେବା ପରଦିନ ତାଙ୍କ ମାଂଶପେଶୀ ବିନ୍ଧା ହେବା ସହ ଇଞ୍ଜେକ୍ସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଅନୁଭବ ହୋଇଥିଲା।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି ଯେ, କରୋନା ଟିକା ନେବାର ପରଦିନ ସକାଳେ ଉଠିବା ପରେ ମୋ ଶରୀରର ମାଂଶପେସୀରେ ସାମାନ୍ୟ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହା ସହ ଇଞ୍ଜେକ୍ସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଅନୁଭବ ହେବାରୁ ମୁଁ ମୋ ଶରୀରର ତାପମାତ୍ରା ମାପିଥିଲି, ପରେ ତାପମାତ୍ରା ବଢ଼ିନଥିବା ଦେଖିବାକୁ ପାଇଥିଲି। ଏତେ ସବୁ ସୂଚନା ଦେଇଥିଲେ ମଧ୍ୟ ସେ କେଉଁ କରୋନା ଟିକା ନେଇଥିଲେ, ସେ ବିଷୟରେ ଜଣାଇନାହାନ୍ତି। ଟିକା ଦେଇଥିବା ଡାକ୍ତର ତାହା ଜାଣନ୍ତି ବୋଲି ସେ କହିଥିଲେ

ଗତ ସୋମବାର ପୁଟିନ କହିଥିଲେ ଯେ, ୧୪୪ନିୟୁତ ଋଷବାସୀଙ୍କ ମଧ୍ୟରୁ ୪.୩ନିୟୁତ ଏପର୍ଯ୍ୟନ୍ତ ଦୁଇଟି କରୋନା ଟିକା ନେଇସାରିଛନ୍ତି। ଖୁବ ଶୀଘ୍ର ଟିକାକରଣ ଶେଷ ହେବା ସହ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

Govt

Comments are closed.