ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କ ପ୍ରେମିକା ଅଲୀନା କବାଇବା (୩୭) ହଠାତ୍ ନିଖୋଜ ହୋଇଯିବା ଅନେକଙ୍କ ଚକିତ କରିଛି । ଏହି ମହିଳା ଜଣେ ଜିମ୍ନାଷ୍ଟ । ସେ ଅଲିମ୍ପିକ୍ ସ୍ୱର୍ଣ୍ଣପଦକ ବିଜୟିନୀ । ପୁତିନ୍ଙ୍କ ସହ ତାଙ୍କର ଗୁପ୍ତ ପ୍ରଣୟ ପ୍ରଘଟ ହେଲା ଯେଉଁଦିନ ତାଙ୍କ ହାତରେ େୱଡିଂ ରିଙ୍ଗ୍ ଦେଖିବାକୁ ମିଳିଲା । ଅଲୀନା କ୍ୱଚିତ୍ ସର୍ବସାଧାରଣରେ ଦେଖାଦିଅନ୍ତି । ଶେଷଥର ପାଇଁ ତାଙ୍କୁ ୨୦୧୮ରେ ଦେଖିବାକୁ ମିଳିଥିଲା । କୁହାଯାଉଛି ସେ ସମୟରେ ଅଲୀନା ଥିଲେ ଦୁଇମାସର ଗର୍ଭବତୀ । ଗତବର୍ଷ ଏପ୍ରିଲ୍ ମାସରେ ମସ୍କୋର ଏକ ହେଲ୍ଥ କ୍ଲିନିକ୍ରେ ସେ ଦୁଇ ଜମଜ ଶିଶୁଙ୍କୁ ଜନ୍ମ ଦେଇଥିଲେ । ଏଥିରେ ସନ୍ଦେହ ନାହିଁ ଯେ ପିଲାଦୁଇଟି ପୁତିନ୍ଙ୍କ ଔରସରୁ ଜନ୍ମ
ହୋଇଛନ୍ତି । ଦୁଇ ପିଲାଙ୍କ ମା’ ହେବା ଦିନଠାରୁ ଅଲୀନାଙ୍କ ବିଷୟରେ କୌଣସି ସମ୍ବାଦ ମିଳୁନାହିଁ । ତେଣୁ ତାଙ୍କୁ ନେଇ ରହସ୍ୟ ଗଭୀରତର ହେବାରେ ଲାଗିଛି । ଜିମ୍ନାଷ୍ଟ ଭାବେ ଅଲୀନାଙ୍କ ସଫଳତା ପୁତିନ୍ଙ୍କୁ ଆକର୍ଷିତ
କରିଥିଲା । ଅଲୀନା ୧୪ ବିଶ୍ୱ ଚାମ୍ପିୟନ୍ସିପ୍ ଓ ୨୫ ୟୁରୋପୀୟ ଚାମ୍ପିୟନ୍ସିପ୍ରେ ବିଜୟିନୀ ହୋଇ ଗୋଲï
ମେଡାଲ ପାଇଥିଲେ । କ୍ରୀଡ଼ା କ୍ଷେତ୍ରରୁ ଅବସର ନେବାପରେ ତାଙ୍କୁ ପୁତିନ୍ ରାଜନୀତି କ୍ଷେତ୍ରକୁ ନେଇଗଲେ ଏବଂ ସେ ହେଲେ ପୁତିନ୍ଙ୍କ ୟୁନାଇଟେଡ୍ ରସିଆ ପାର୍ଟିର ସାଂସଦ । ସେ ଏକ ପତ୍ରିକା ପାଇଁ ନିଜର ଅର୍ଦ୍ଧନଗ୍ନ ଫଟୋ ଶୁଟ୍ କରାଇଥିଲେ । ଏହାଛଡ଼ା ଅଲୀନା ଫିଲ୍ମରେ ଅଭିନୟ କରିଛନ୍ତି । ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଏଇ ପ୍ରତିଭାବାନ ତରୁଣୀ କ୍ୟାରିୟର୍ କରିବା ପାଇଁ ଚେଷ୍ଟା କରିଥିଲେ । ନିକଟରେ ସେ ନ୍ୟାସନାଲ୍ ମିଡ଼ିଆ ଗ୍ରୁପ୍ର ବସ୍ ଭାବେ କାମ କରିଥିବା ଜଣାଅଛି । ଅଲୀନାଙ୍କ ପାଖରେ ରୁଷ୍ରେ ନେଟ୍ପ୍ଲିକ୍ସ ପ୍ରଦର୍ଶନର ଏକମାତ୍ର ଅଧିକାର ରହିଛି ।
