Odisha news

୬୦ ବର୍ଷୀୟ ବୟସ୍କଙ୍କ ପୁସପ ଦେଖି ଚାକିରୀର ଲମ୍ବା ଲାଇନ

0

ନୂଆଦିଲ୍ଲୀ : କଥାରେ କୁହାଯାଏ ଯେ ବଯସ କେବଳ ଗୋଟିଏ ନମ୍ବର ଅଟେ ,ଯଦି ଆପଣଙ୍କ ମନରେ କିଛି କରିବାର ଇଛା ଶକ୍ତି ରହିଛି ତେବେ ଯାହା ଚାହିଁବେ ତାହା ହାସଲ କରି ପାରିବେ l କିଛି ଏପରି କରି ଦେଖାଇଛନ୍ତି ସ୍କଟଲ୍ୟାଣ୍ଡରେ ଜନ୍ମ ହୋଇଥିବା ୬୦ ବର୍ଷୀୟ ପଲ ମାର୍କ l ଲକଡାଉନ ସମୟରେ ମାର୍କଙ୍କର ଚାକିରୀ ଚାଲିଗଲା ଓ ବର୍ତ୍ତମାନ ବର୍ଦ୍ଧିତ ବୟସ କାରଣରୁ ତାଙ୍କୁ ଚାକିରୀ ମିଳୁନାହିଁ l କିନ୍ତୁ ସେ ହାର ନାମାନି ୬୦ ବର୍ଷ ବୟସରେ କେତେ ଫିଟ ଅଛନ୍ତି ତାହା ପ୍ରମାଣ କରିବାକୁ ଯାଇ ସେ ସୋସିଆଲ ମିଡିଆରେ ନିଜର ପୁସପ କରୁଥିବାର ଭିଡିଓ ସେୟାର କରିଥିଲେ l ଏହି ଘଟଣା ପରେ ତାଙ୍କ ପାଖରେ ଚାକିରିର ଲାଇନ ଲାଗିଯାଇଛି l

୫ ମାସ ପୂର୍ବରୁ ପଲ ମାର୍କ ଦୁବାଇର କ୍ରିୟୋଲ ଗ୍ରୁପରେ ମୁଖ୍ୟ ସଂଚାଳକ ପ୍ରବନ୍ଧକ ପଦରେ କାମ କରୁଥିଲେ l କିନ୍ତୁ ଲକଡାଉନରେ କମ୍ପାନୀ ତାଙ୍କୁ କାମରୁ ବାହାର କରି ଦେଇଥିଲା l ଏହାପରେ ମାର୍କ ଭାରତ ,UAE ,ବ୍ରିଟେନ ଓ ସ୍ପେନ ପ୍ରଭୃତି ଦେଶରେ ଚାକିରୀ ପାଇଁ ଆବେଦନ କରିଥିଲେ l କିନ୍ତୁ ସମସ୍ତେ ବୟସ ଅଧିକ ଦର୍ଶାଇ କାମ ଦେଇନଥିଲେ l ଏହାପରେ ମାର୍କଙ୍କୁ ଏହା ପ୍ରମାଣ କରିବାର ଥିଲା ଯେ ୬୦ ବର୍ଷ ବୟସରେ ମଧ୍ୟ ସେ ଫିଟ ଅଛନ୍ତି l ଏହାପରେ ସେ ନିଜର ଗୋଟିଏ ପୁସପର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ l ଯେଉଁଥିରେ ଦେଖାଯାଇଥିଲା ପଲ ସୁଟବୁଟ ପିନ୍ଧି ପୁସପ କରୁଛନ୍ତି l

ଏହି ଭିଡ଼ିଓଟି ଭାଇରାଲ ହେବାପରେ ତାଙ୍କ ପାଖରେ ଚାକିରିର ଲମ୍ବା ଲାଇନ ଲାଗିଯାଇଥିଲା l ସେ କହିଛନ୍ତି ଯେ ପ୍ରତେକ ଦିନ ୫୦ ଟି ପୁସପ କରନ୍ତି ଓ ସପ୍ତାହରେ ୩୦ କିଲୋମିଟର ଦୌଡ଼ି ଥାନ୍ତି l ତାଙ୍କର କହିବାର କଥା ହେଲା ବୟସ କେବେହେଲେ ବି ତମର ଉନତି କରିବାରେ ବାଧକ ସଜୀବ ଉଚିତ ନୁହେଁ l ଏହା ନୁହେଁ ଯେ ୬୦ ବର୍ଷ ବୟସରେ ପ୍ରତ୍ୟକ ବ୍ୟକ୍ତି ଘରେ ବସି ଟୀଭିଦେଖି ପେପର ପଢି ସମୟ ଅତିବାହିତ କରନ୍ତି l ତାଙ୍କ ଭିଡ଼ିଓଟି ଭାଇରାଲ ହେବ ପୂର୍ବରୁ ପାଖାପାଖି ୫୦ ଟି କମ୍ପାନୀ ଚାକିରୀ ଦେବାକୁ ମନ କରିଥିଲେ ,କିନ୍ତୁ ବର୍ତ୍ତମାନ ସେହି କମ୍ପାନିଙ୍କୁ ମିଶାଇ ଅନେକ କମ୍ପାନୀ ତାଙ୍କୁ ଚାକିରୀ କରିବାକୁ ଡାକୁଛନ୍ତି l

Nalco
Leave A Reply