Odisha news

ଏନଏସିର ପରିମଳ ମହିଳା କର୍ମଚାରୀ ” ପୁରୁଷ କର୍ମଚାରୀଙ୍କୁ ବାନ୍ଧିଲେ ରାକ୍ଷୀ

0

ପୁରୁଷୋତ୍ତମପୁର :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ କଲ୍ୟାଣ ମଣ୍ଡପ ପ୍ରାଣଙ୍ଗ ଠାରେ ଜିଲ୍ଲାପ୍ରଶାସନ ନିର୍ଦେଶ କ୍ରମେ ପୁରୁଷୋତ୍ତମପୁର ଏନଏସି ଗୋଷ୍ଠୀ ସଂଗଠିକା ରଶ୍ମିତା ପଣ୍ଡାଙ୍କ ନେତୃତ୍ୱ ରେ ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହାର ଇତିହାସ ଲିପିବଦ୍ଧ କି ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ଓ ଏହା ଦକ୍ଷିଣ ଏସିଆରେ ପାଳନ କରାଯାଏ । ଆଜି (ଗୁରୁବାର) ଅର୍ଥାତ ଅଗଷ୍ଟ ୧୧ ଭାଇ-ଭଉଣୀ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି ରକ୍ଷା ବନ୍ଧନ । ଭଉଣୀମାନେ ଭାଇଙ୍କ ଦୀର୍ଘାୟୁ ଓ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରି ରାକ୍ଷୀ ବାନ୍ଧନ୍ତି ଏବଂ ଭାଇମାନେ ନିଜ ଭଉଣୀକୁ ଉପହାର ଦିଅନ୍ତି । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି କାର୍ଯ୍ୟକ୍ରମ ରେ ଅଧକ୍ଷାଙ୍କ ଅନୁପସ୍ଥିତରେ ତାଙ୍କ ପତିନିଧି ତଥା କାଉନସିଲର ଅଶୋକ କୁମାର ମହାଙ୍କୁଡ, ମିଶନ ଶକ୍ତି ବିଭାଗର ଯନ୍ତ୍ରୀ ବରୁଣ କୁମାର ବେହେରା, ବିକ୍ରମ କୁମାର ବେହେରା, ସିଟି ମିଶନ ମ୍ୟାନଜର ସ୍ମୁତି ରଞ୍ଜନ ଷଡ଼ଙ୍ଗୀ, ପରିମଳ ବିଭାଗ ର ଏକ୍ସପଟ ସତୀଶ କୁମାର ପାଣିଗ୍ରାହୀ, ସୁପରଭାଇଜର ସନ୍ତୋଷ ପଣ୍ଡା, ସନ୍ତୋଷ ଭୂୟାଁ, ଜଳ ସାଥି, ସ୍ୱଚ୍ଛ ସାଥି ଓ ଝାଡୁଦାର ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l

Leave A Reply