Odisha news

ପାନୀୟ ଜଳ ଯୋଗାଇବା ନିମନ୍ତେ ରଣଝାଲି ଗ୍ରାମର ଲୋକେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

0

ପୁରୁଷୋତମପୁର ବ୍ଲକ୍ ରଣଝାଲି ଗ୍ରାମର ବଡ଼ଦାଣ୍ଡକେଉଁଟ ସାହି ଗ୍ରାମରେ ଆଜି ପର୍ଯ୍ୟନ୍ତ ଜଳ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇନାହିଁ । ତେଣୁ ସାହିବାସିନ୍ଦା ପକ୍ଷରୁ ସ୍ଥାନୀୟ ସରପଂଚ ଠାରୁ ଆରମ୍ଭ କରି ବିଡ଼ିଓ ଓ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହୋଇନାହିଁ । ସେମାନେ କହିବା ଅନୁଯାୟୀ ସରକାର ଗାଁ ଗାଁରେ ଘର ଘରକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ କହି ଆସୁଥିଲେ ସୁଦ୍ଧା ବର୍ତମାନ ଆମ ଗ୍ରାମରେ ଏହାର ସୁଫଳ ହୋଇପାରିନାହିଁ । ଗ୍ରାମରେ ଓଭରହେଡ୍ ଟ୍ୟାଙ୍କ୍ ଏବଂ ବୋରୱେଲ୍ ଖୋଳା ଯାଇଥିଲେ ସୁଦ୍ଧା ଆମକୁ ଉଦେ୍ଦଶ୍ୟମୂଳକ ଭାବେ ପାନୀୟ ଜଳ ଯୋଗାଇ ଦିଆଯାଉନାହିଁ । ଖୁବ୍ ଶୀଘ୍ର ଏହାର ସମାଧନ ନହେଲେ ଆଗାମୀ ଦିନରେ ଜନଆନେ୍ଦାଳନ କରିବୁ ବୋଲି ଏମାନେ କହିଥିଲେ । ଏହି ସ୍ମାରକପତ୍ର ପ୍ରଦାନ ବେଳେ ଝଡ଼ିଆ ବେହେରା, ଲଡ଼ୁ କିଶୋର ଗୌଡ଼, ଦୀନବନ୍ଦୁ ବେହେରା, ଭାସ୍କର ବେହେରା, ଶ୍ୟାମ ବେହେରା, ଗୋବିନ୍ଦ ବେହେରା, ଲକ୍ଷ୍ମଣ ବେହେରା, ପିତାମ୍ବର ବେହେରା, ଜୟରାମ ବେହେରା, ଉତ୍ସବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply