Odisha news

ଆଜି ହେଉଛି ବୈଶାଖ ପୂର୍ଣିମା ବା ବୁଦ୍ଧ ପୂର୍ଣିମା : ଘରର ସୁଖ ସମୃଦ୍ଧି ପାଇଁ ଏହି ମନ୍ତ୍ରକୁ ପାଠ କରନ୍ତୁ

0

ବୈଶାଖ ମାସର ଶେଷ ଦିନକୁ ବୈଶାଖ ପୂର୍ଣିମା ଭାବରେ ପାଳନ କରାଯାଇ ଥାଏ l ଏହିଦିନ ଗୌତମ ବୁଦ୍ଧ ଜନ୍ମ ଗ୍ରହଣ କରିଥିବା କାରଣରୁ ମଧ୍ୟ ବୁଦ୍ଧ ପୂର୍ଣିମା ଭାବରେ ମଧ୍ୟ ପାଳିତ ହୋଇଥାଏ l  ଭଗବାନ ବୁଦ୍ଧ ବୋଧି ଗୟା ରେ ବୋଧି ବୃକ୍ଷ ତଳେ ଆତ୍ମଜ୍ଞାନ ପ୍ରାପ୍ତି କରିଥିଲେ l  ତେଣୁ ବୌଦ୍ଧ ଧର୍ମରେ ବୁଦ୍ଧ ପୁର୍ଣିମା କୁ ଖୁବ ଧୂମଧାମ ରେ ପାଳନ କରାଯାଇ ଥାଏ l  ଆଜିର ର ଦିନରେ ବୌଦ୍ଧ ଧର୍ମାବଲମ୍ବୀ ଲୋକମାନେ ଭଗବାନ ବୁଦ୍ଧ ନିକଟରେ ମହୁ, ଫଳ ଓ ଫୁଲ ଅର୍ପିତ କରି ଥାଆନ୍ତି l

ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ବୈଶାଖ ପୁର୍ଣିମାର ଅନେକ ମହତ୍ୱ ରହିଛି l ଆଜିର ଦିନରେ ପବିତ୍ର ନଦୀରେ ସ୍ନାନ କରି ଦାନ କରିବାର ମହତ୍ୱ ମଧ୍ୟ ରହିଛି l  ଶାସ୍ତ୍ର ଅନୁସାରେ ଆଜିର ଦିନରେ ନରାୟଣ ଓ ଲକ୍ଷ୍ମୀଙ୍କର ପୂଜା କରିବା ଖୁବ ଶୁଭ ଅଟେ l ଯାହାଦ୍ୱାରା ଗାରକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

– ଆଜିର ଦିନରେ ମାତା ଲକ୍ଷ୍ମୀଙ୍କ ନିକଟରେ ୧୧ ଟି କଉଡ଼ି ରେ ହଳଦୀ ଲଗାଇ ଅର୍ପଣ କରନ୍ତୁ l ଏହାପରେ ତା ପରଦିନ ଏହି କଉଡ଼ି ଗୁଡିକୁ ଗୋଟିଏ ନାଲି କପଡା ରେ ବାନ୍ଧି ନିଜ ଆଲମିରା ରେ ରଖନ୍ତୁ l  ଏହାଦ୍ୱାରା ଲକ୍ଷ୍ମୀ ଓ ନାରାୟଣ ଙ୍କ କୃପା ଲାଭ ହୋଇଥାଏ l

– ପୂର୍ଣିମା ଦିନ ଚନ୍ଦ୍ର ଉଦୟ ସମୟରେ ଚନ୍ଦ୍ରମା ଙ୍କୁ କଂଚା ଦୁଗ୍ଧ ରେ ଗୁଡ଼ ମିଶାଇ ଅର୍ପଣ କରନ୍ତୁ l  ଏବଂ ଏହି ମନ୍ତ୍ରଟିକୁ ଜପ କରନ୍ତୁ, ‘ ଓଂ ଶ୍ରୀଙ୍ଗ ଶ୍ରୀଙ୍ଗ ସୋ ଶଃ ଚନ୍ଦ୍ରମାସେ ନମଃ ‘ l କିମ୍ବା ‘ଓଂ ଏଂ କ୍ଳିଙ୍ଗ ସୋମାୟ ନମଃ ‘ ମନ୍ତ୍ର ଜପ କରନ୍ତୁ ଓ ଚନ୍ଦ୍ର ଙ୍କୁ ଅର୍ଘ୍ୟ ଦିଅନ୍ତୁ l ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ l

– ଆଜିର ଦିନରେ ପବିତ୍ର ନଦୀରେ ସ୍ନାନ କରିବା ସହିତ ମହାଦେବ ଙ୍କୁ ଦର୍ଶନ କରିବା ଜରୁରୀ l ଏହାଛଡା ପିତୃ ପୁରୁଷ ଙ୍କୁ ଧ୍ୟାନ କରିବା ସହିତ ପିତୃ ପୁରୁଷ ଙ୍କୁ ନାମରେ ଜଳ ରେ କଳା ରାଶି ଅର୍ପଣ କରିବା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ l

Leave A Reply