Odisha news

ପୁରୀ : ସ୍ୱାସ୍ଥ୍ୟବୀମା ଦାବିକଲା ଖବରକାଗଜ ବିତରକ ସଂଘ

0

ପୁରୀ :ବିତରକମାନଙ୍କୁ ସ୍ୱାସ୍ଥ୍ୟବୀମା ତଥା ଅନ୍ୟାନ୍ୟ ସହାୟତାର ବ୍ୟବସ୍ଥା ଯୋଗାଇ ଦେବାକୁ ପୁରୀ ଖବରକାଗଜ ବିତରକ ସଂଘ ପକ୍ଷରୁ ଦାବି କରାଯାଇଛି । ଜଗନ୍ନାଥ ବଲ୍ଲଭ ମଠ ପରିସରରେ ସଂଘର ସଭାପତି କାହ୍ନୁଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଖବରକାଗଜ ବିତରକଙ୍କ  ବିଭିନ୍ନ ସମସ୍ୟା ଓ ଅଭାବ ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା । ସମସ୍ତ ବିତରକଙ୍କ ପାଇଁ ସ୍ୱାସ୍ଥ୍ୟବୀମା କରିବାକୁ ସଂଘର ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ଦାବି କରିଥିଲେ ।

ଖରା, ବର୍ଷା ଓ ଶୀତ କାକରରେ ଖବରକାଗଜ ବିତରକମାନେ କାର୍ଯ୍ୟ କରି ଆସୁଛନ୍ତି ଓ କରୋନା ମହାମାରୀ ସଂକ୍ରମଣ ସମୟରେ ମଧ୍ୟ ଘର ଘର ବୁଲି ଖବରକାଗଜ ବିତରଣ କରୁଛନ୍ତି । କରୋନା ସଂକ୍ରମଣ ଭୟରେ କିଛି ଗ୍ରାହକ ଖବରକାଗଜ ନେଉ ନଥିବାରୁ ବିତରକମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଅନ୍ୟପକ୍ଷରେ ସେମାନଙ୍କ ପରିବାର ପାଇଁ ସରକାରଙ୍କ ପକ୍ଷରୁ କୌଣସି ସହାୟତାର ବ୍ୟବସ୍ଥା ନାହିଁ । ତେଣୁ ସରକାର ସେମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପ୍ରତି ଧ୍ୟାନଦେବା ଆବଶ୍ୟକ ବୋଲି ସଭାପତି ଓ ସମ୍ପାଦକ କହିଥିଲେ  ।

ସମସ୍ତ ବିତରକ ହାତରେ ସାନିଟାଇଜର ବୋଳି ଖବରକାଗଜ ବିକ୍ରି କରିବା, ମାସ୍କ ପରିଧାନ  ଓ ଅନ୍ୟମାନଙ୍କୁ ସାନିଟାଇଜର ତଥା ମାସ୍କର ବ୍ୟବହାର ପାଇଁ ଅନୁରୋଧ କରିବାକୁ ସମ୍ପାଦକ  ପରାମର୍ଶ ଦେଇଥିଲେ । ବୈଠକରେ ପ୍ରଦୀପ ମହାନ୍ତି, ରାଜ ମୁଦୁଲି, ସାନ୍ତନୁ ସାହୁ, ବେଣୁଧର ସାହୁ, ମନୋଜ ସାହୁ, କାହ୍ନୁଚରଣ ସାହୁ, ଚିତ୍ତରଞ୍ଜନ ସାହୁ, ମନୋରଞ୍ଜନ ସାହୁ, ରବୀନ୍ଦ୍ର ସାହୁ, ପପୁ ସାହୁ, ବୈକୁଣ୍ଠ ପରିଡା, ମୁରଲୀ ବେହେରା, ଉପେନ୍ଦ୍ର ସାହୁ, କର୍ପୂର ମହାନ୍ତି, ବସନ୍ତ ପ୍ରଧାନ ଓ ସୁରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply