ପୁରୀ,୨୮ା୪:ପାରମ୍ପରିକ ରୀତିରେ ପୁରୀ ଗୋବର୍ଦ୍ଧନ ପୀଠରେ ଶଙ୍କର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପୀଠରେ ପୂଜା ପାଉଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ବିଗ୍ରହଙ୍କୁ ସୁସଜ୍ଜିତ ଚଉଦୋଳରେ ବିଜେ କରି ନଗର ପରିକ୍ରମା କରାଯାଇଥିଲା । ଗୋବର୍ଦ୍ଧନ ପୀଠର ମଠାଧୀଶ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଗ୍ରହଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ମଠର ସନ୍ନ୍ୟାସୀ, ଅନ୍ତେବାସୀ ଓ ଆଦିତ୍ୟ ବାହିନୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।