ପୁରୀ,୭ା୧୦ :ଜିଲ୍ଲାରେ ଆଜି ସୁଦ୍ଧା ଏକଲକ୍ଷ ୪୫୬ଜଣଙ୍କ ନମୁନା ପରୀକ୍ଷଣ କରାଯାଇଛି । ଆଜି ଚିହ୍ନଟ ୧୨୪ନୂତନ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୯୪୧ରେ ପହଞ୍ଚିଛି । ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୩୨୬କରୋନା ଆକ୍ରାନ୍ତ ଚିକିତ୍ସାଧିନଥିବା ବେଳେ ୬୩ ଜଣ କରୋନା ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି ।
ତେବେ ଜିଲ୍ଲାରେ ସୁସ୍ଥହାର ୮୭.୩୩ ପ୍ରତିଶତକୁ ବୃଦ୍ଧିପାଇଛି । ଜିଲ୍ଲାର ପିପିଲି ବ୍ଲକରେ ୭୫୪ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୩୧ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ଡେଲାଙ୍ଗ ବ୍ଲକରେ ୨୯୧ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ୧୫ଜଣ,କଣାସ ବ୍ଲକରେ ୫୨୯ଟି ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୬ଜଣ ଓ ସତ୍ୟବାଦୀ ବ୍ଲକରେ ୭୨୮ଟି ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୭ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ବ୍ରହ୍ମଗିରିର ଚିହ୍ନଟ ୭୪୬ପଜିଟିଭଙ୍କ ମଧ୍ୟରୁ ୯୬ ଓ ପୁରୀସଦର ବ୍ଲକରୁ ଚିହ୍ନଟ ୧୨୩୬ପଜିଟିଭ ମଧ୍ୟରୁ ୧୮୪ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତ ।
ଗୋପ ବ୍ଲକରେ ୬୬୮ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୧୨୫ଜଣ, କାକଟପୁର ବ୍ଲକର ଚିହ୍ନଟ ୬୮୨ପଜିଟିଭଙ୍କ ମଧ୍ୟରୁ ୬୮ ଜଣ ଓ ନିମାପଡ଼ା ବ୍ଳକରେ ଚିହ୍ନଟ ୭୭୪ପଜିଟିଭଙ୍କ ମଧ୍ୟରୁ ୬୨ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ଅସ୍ତରଙ୍ଗ ବ୍ଲକରେ ଚିହ୍ନଟ ୭୦୮ଜଣ ପଜିଟିଭଙ୍କ ମଧ୍ୟରୁ ୨୬୩ଜଣ, କୃଷ୍ଣପ୍ରସାଦ ବ୍ଲକରେ ୨୬୬ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଅନ୍ୟପକ୍ଷରେ କେବଳ ପୁରୀ ମୁ୍ୟନିସପାଲିଟି ଅଞ୍ଚଳରେ ଚିହ୍ନଟ ୩୫୨୭ଜଣ ପଜିଟିଭିଙ୍କ ମଧ୍ୟରୁ ୨୩୮ଜଣ ସକ୍ରିୟ ସଂକ୍ରମିତ ଚିକିସôାଧିନ ଅଛନ୍ତି । କୋଣାର୍କ ଏନ୍ଏସିର ଚିହ୍ନଟ ୫ଜଣ ଓ ପିପିଲି ଏନ୍ଏସିର ଚିହ୍ନଟ ୮ ଜଣ ପଜିଟିଭ୍ ସୁସ୍ଥ ହୋଇଘରକୁ ଫେରିଥିବାବେଳେ ନିମାପଡ଼ା ଏନ୍ଏସିର ଚିହ୍ନଟ ୨୯ପଜିଟିଭି୍ଙ୍କ ମଧ୍ୟରୁ ୫ଜଣ ସକ୍ରିୟ ସଂକ୍ରମିତ ଏବେବି ଚିକିତ୍ସାଧିନ ଅଛନ୍ତି ।
