Odisha news

ପର୍ଯ୍ୟଟନ ସହରରେ ନାବାଳିକା କରୋନା ସନ୍ଦିଗ୍ଧ

0

ପୁରୀ:କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ସୁଷ୍ଟି ହୋଇଥିବା ବେଳେ ପୁରୀରେ ଜଣେ ବିଦେଶୀ ନାବାଳିକା ଶନିବାର କରୋନା ସନ୍ଦିଗ୍ଧଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟରେ ଭର୍ତ୍ତି ହୋଇଛନ୍ତି । ୟୁରୋପରୁ ଲିଥୁଆନିଆରୁ ପୁରୀ ବୁଲିବାକୁ ଆସିଥିବା ଏହି ନାବାଳିକା ଜଣଙ୍କ ଥଣ୍ଡାରେ ଆକ୍ରାନ୍ତ ହେବା ପରେ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ ।

ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସା ଳୟକୁ ସ୍ଥାନାନ୍ତର କରାଯାଇଛି । କରୋନା ସନ୍ଦିଗ୍ଧଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଆଇସୋଲେଶନ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସା ହେଉଛନ୍ତି । ନାବାଳିକା ଜଣଙ୍କ ବୟସ ୭ବର୍ଷ । ତେବେ ଉକ୍ତ ଘଟଣା ପ୍ରଘଟ ହେଲା ପରେ ପୁରୀରେ ଚାଞ୍ଚଲ୍ୟ ଖେଳିଯାଇଛି । ଫଳରେ ଏହାକୁ ନେଇ ପୁରୀବାସୀଙ୍କ ମଧ୍ୟରେ କୋକୁଆ ଭୟ ସୁଷ୍ଟି ହୋଇଛି ।

ଅନ୍ୟପକ୍ଷରେ ଏସର୍ମ୍ପକରେ ମୁଖ୍ୟଚିକିତ୍ସା ଧାରୀ ନୀଳକଣ୍ଠ ମିଶ୍ର କୁହନ୍ତି ଉକ୍ତ ରୋଗୀଙ୍କୁ କରୋନା ଆତଙ୍କ ହୋଇଥିବା ନେଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ହେଲେ ପ୍ରାଥମିକ ଚିକିତ୍ସା ରୁ ତାଙ୍କୁ ଅଧିକ ମାତ୍ରାରେ ଥଣ୍ଡା ଯୋଗୁଁ ଏପରି ହୋଇଥିବା ପ୍ରକାଶ କରିଛନ୍ତି । ତାଙ୍କୁ ଚିକିତ୍ସା ପରେ ମେଡିକାଲରୁ ଡି ସ୍ଚାର୍ଯ କରାଯାଇଥିବା ଶ୍ରୀ ମିଶ୍ର ସୁଚନା ଦେଇଛନ୍ତି ।

Leave A Reply