Odisha news

ଶ୍ରୀମନ୍ଦିର ବିଗ୍ରହ ମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ

0
ପୁରୀ:  ଆଷାଢ଼ ମାସ ତ୍ରୟୋଦଶୀ ତିଥି ଅବସରରେ ଶ୍ରୀମନ୍ଦିର ଅନବସର ଘରେ ଗୁପ୍ତ ସେବା ପୂଜାରେ ଥିବା ଶ୍ରୀଜୀଉମାନଙ୍କର ଆଜି ଘଣା ଲାଗି ନୀତି ଅନୁଷ୍ଠିତ ହୋଇଛି।
 ସ୍ନାନ ପୂର୍ଣ୍ଣିମା ଦିନ ଜଳ ଲାଗି ପରେ ଅସୁସ୍ଥ ହୋଇ ପଡି ଥିବା ଶ୍ରୀଜୀଉ ମାନେ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଛନ୍ତି। ଗତ କାଲି ରାଜ ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇ ଥିଲା। ଦଇତାପତି ସେବକ ମାନେ ଗତ କାଲି ରାଜ ପ୍ରସାଦ ବିଜେ କରି ଗଜ ପତି ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ ହୋଇ ଥିବା ଖବର ପ୍ରଦାନ କରି ଥିଲେ। ଆଜି ଦଇତା ପତି ସେବକ ମାନେ ଶ୍ରୀଜୀୟୁମାନଙ୍କ ଶରୀରରେ ପାଟ୍ଟ ବସ୍ତ୍ର ପିନ୍ଧାଇ ଛନ୍ତି। ସେହିପରି ଦତ୍ତ ମହାପାତ୍ର ସେବକ ମାନେ ଶ୍ରୀଜିୟୁ ମାନଙ୍କର  ଆଜି ବନକ ଲାଗି ନୀତି ଅନୁଷ୍ଠିତ ହୋଇଛି। ଦତ ମହାପାତ୍ର ସେବକ ମାନେ ବିଗ୍ରହମାନଙ୍କର ଆଜି ଶ୍ରୀ ମୁଖ ଶୃଙ୍ଗାର ତଥା ବନକ ଲାଗି ନୀତି କରିଛନ୍ତି। ଆସନ୍ତା ୨୯ ତାରିଖ ଉଭା ଅମାବାସ୍ୟା ଦିନ  ଶ୍ରୀଜୀଉମାନଙ୍କର ନବଯୌବନ ଦର୍ଶନ ବା ନେତ୍ର ଉତ୍ସବ ନୀତି ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୧ ତାରିଖ ଦିନ ଶ୍ରୀଜିୟୁମାନଙ୍କର ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ଅନୁଷ୍ଠିତ ହେବ।
Leave A Reply