Odisha news

ବଳଗଣ୍ଡି ଛକ ଛୁରାମାଡ ଘଟଣାରେ ୩ ଗିରଫ

0
ପୁରୀ: ଗତକାଲି ସନ୍ଧ୍ୟାରେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମାଉସୀ ମା ମନ୍ଦିର ସମ୍ମୁଖ ତୁଳସୀ ଲଜ୍ ନିକଟରେ ହୋଇ ଥିବା ଛୁରା ମାଡ଼ ଘଟଣାରେ ପୋଲିସ ଆଜି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଟାଉନ ଥାନା ଅନ୍ତର୍ଗତ ଚୁଦଙ୍ଗ ସାହିର ବାବୁ ନା ଓରଫ ବିବେକ ଭୋଇ(୨୨), ଶିବୁ ଓ ରଫ ସିବୁନା ଭୋଇ (୨୧) ଓ ବାସେ ଲି ସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହି, ଗୋ ଖା ସାହିର ଦିପୁ ଓରଫ ରାକେଶ ବେହେରା ୨୭)। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଏକ ରକ୍ତ ଛିଟା ଲାଗି ଥିବା ଧାରୁଆ ଛୁରୀ ଜବତ କରିଛି। ପୋଲିସ ସୂଚନା ମୁତାବକ ଦୁଇ ଦିନ ତଳେ କିଛି ବ୍ୟକ୍ତିଗତ ଘଟଣାକୁ ନେଇ ଛୁରା ମାଡ଼ରେ ଆହତ ହୋଇ ଥିବା ସୂର୍ଯ୍ୟ ନାରାୟଣ ତ୍ରୀପାଠୀ ଓ ଅଭିଯୁକ୍ତ ମାନଙ୍କ ମଧ୍ୟରେ ବଚସା ହୋଇଥିଲା |
ତେବେ ସେହି ଘଟଣାକୁ ନେଇ ଅଭିଯୁକ୍ତ ମାନେ ପ୍ରତିଶୋଧ ପରାୟଣ ହୋଇ ନେଇ ସୂର୍ଯ୍ୟ ନାରାୟଣଙ୍କୁ ଛୁରା ମାଡ଼ କରିଥିଲେ | ଫଳରେ ସୂର୍ଯ୍ୟ ଗୁରୁତର ଭାବେ ଆହତ ହୋଇ ଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରା ଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ଏଠାରୁ କଟକ ଏସସିବି ମେଡ଼ିକାଲ କଲେଜକୁ ସ୍ଥାନାନ୍ତାର କରା ଯାଇଥିଲା। ଆହତ ସୂର୍ଯ୍ୟଙ୍କ ଭାଇ ସତ୍ୟ ନାରାୟଣ ତ୍ରୀପାଠୀଙ୍କ ଅଭିଯୋଗ କ୍ରମେ କୁମ୍ଭାରପଡ଼ା ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଥିଲା। ପୋଲିସ ଆଜି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି କହିଛନ୍ତି ପୁରୀ ଏସପି ଡକ୍ଟର କନୱର ବିଶାଲ ସିଂ।  ଅପର ପକ୍ଷରେ କେବଳ ପୂର୍ବ ଶତ୍ରୁତା ନାଁ ନିଶା କାରବାରକୁ ନେଇ ଏଭଳି ଘଟଣା ଘଟିଛି ସେନେଇ  ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଏସପି।  ଛୁରା ମାଡ଼ରେ ଆହତ ହୋଇ ଥିବା ଯୁବକ ସୂର୍ଯ୍ୟଙ୍କ ଘର  ଲୋକନାଥ ରୋଡ ଷଣ୍ଢ ଯାଗା ଅଞ୍ଚଳରେ ଅଟେ । ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ଏସପି କହିଛନ୍ତି।
Leave A Reply