Odisha news

ପୁରୀ ଏମାରମଠ ଗୁଳି କାଣ୍ଡ ଘଟଣାରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ

0
ପୁରୀ: ଗତ କାଲି ରାତ୍ରୀରେ ଏମାର ମଠ ନିକଟରେ ଘଟି ଥିବା ଗୁଳି କାଣ୍ଡ ଘଟଣାରେ ସିଂହଦ୍ଵାର ଥାନା ଆଜି ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଚନ୍ଦନ ବାରିକ(୨୧), ଦୀପକ ବାରିକ(୧୯) ଓ ଲକ୍ଷ୍ମୀଧର ବାରିକ(୪୫) । ଚନ୍ଦନ ଓ ଦୀପକ ଦୁଇ ଭାଇ ଏବଂ ଲକ୍ଷ୍ମୀଧର ତାଙ୍କ ପିତା ଅଟନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ତଲୁଛ ସାହିର ଶ୍ରୀକୁମାର ସୁକ୍ଲଙ୍କ ଘରେ ଭଡ଼ାରେ ରହୁଛନ୍ତି।
ଅଭିଯୁକ୍ତ ମାନଙ୍କ ନିକଟରୁ ପୋଲିସ ଗୁଳି ମାଡ଼ ଘଟଣାରେ ବ୍ୟବହୃତ ହୋଇ ଥିବା ବନ୍ଧୁକ ଜବତ କରିଛି।  ତେବେ ପାରିବାରିକ ବିବାଦକୁ ନେଇ  ଏହି ଗୁଳିକାଣ୍ଡ ହୋଇଥିବା  ପୋଲିସର ତଦନ୍ତରୁ ସୂଚନା ମିଳିଛି ବୋଲି କହିଛନ୍ତି ପୁରୀ ଏସପି ଡକ୍ଟର କନୱର ବିଶାଳ ସିଂ । ତେବେ ହତ୍ୟା କାଣ୍ଡରେ ବ୍ୟବହୃତ ହୋଇ ଥିବା ବନ୍ଧୁକ କେଉଁଠୁ ଆସିଲା ତାର ତଦନ୍ତ ଚାଲିଛି। ଏନେଇ ଏକ ପାଞ୍ଚ ଜଣିଆ ଟିମ ଗଠନ ହୋଇଛି ବୋଲି  ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଏସପି | ସୂଚନା ମୁତାବକ ଗତକାଲି ରାତିରେ ପୁରୀ ଏମାର ମଠ ନିକଟରେ ଟାଉନ ଥାନା ଅନ୍ତର୍ଗତ ତଲୁଛ ସାହିର ଶିବରାମ ପାତ୍ର ନାମକ ଜଣେ ସେବାୟତଙ୍କୁ ଅଭିଯୁକ୍ତ ମାନେ ମୁଣ୍ଡକୁ ଲକ୍ଷ କରି ଗୁଳିମାଡ କରି ଥିଲେ |
ଶିବ ରାମ ଙ୍କ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜି ଥିଲା।
ଗୁଳିମାଡ଼ରେ ଶିବରାମଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ସିଂହଦ୍ଵାର, ଟାଉନ୍ ଥାନା ପୋଲିସ ସହ ଏସପି ଡକ୍ଟର ସିଂ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଶିବରାମ ବାଇକ ଯୋଗେ ଘରୁ ଆସୁଥିବା ସମୟରେ ଦୁର୍ବୁତ୍ତମାନେ ଏମାର ମଠ ନିକଟରେ ତାଙ୍କ ମୁଣ୍ଡ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ।‌ ଘଟଣାସ୍ଥଳରେ ହିଁ ଶିବାରାମ ଟଳି ପଡ଼ିଥିଲେ। ସେଠାରେ ତାଙ୍କର ବାଇକ ଓ ମୋବାଇଲ ବ୍ଲୁ ଟୁଥ୍ ପଡିଥିଲା । ଏନେଇ ପୋଲିସ ସିଂହ ଦ୍ବାର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଥିଲା। ପୋଲିସ ଆଜି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ କରିବାରୁ ପୋଲିସ ସେମାନଙ୍କୁ ଜେଲକୁ ପଠାଇ ଦେଇଛି ବୋଲି କହିଛନ୍ତି ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ।
Leave A Reply