ପୁରୀ: ଶୁକ୍ରବାର ପୂର୍ବାହ୍ନରେ ନୂତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯାଜପୁରରୁ ବଦଳି ହୋଇ ପୁରୀ ଆସି ଥିବା ସନ୍ତୋଷ କୁମାର ସେଠୀ କାର୍ଯ୍ୟରେ ଯୋଗ ଦେଇ ଦାୟିତ୍ଵ ଗ୍ରହଣ କରିଛନ୍ତି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇ ଥିଲା।
ଏହି ଅବସରରେ ସେ ସମସ୍ତଙ୍କ ସହଯୋଗ ଓ ସଦିଛା କାମନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନାଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମ ଚାରୀମାନେ ଉପସ୍ଥିତ ଥିଲେ।
