ପୁରୀ : ପେଣ୍ଠକଟା ଅଞ୍ଚଳରେ ଆଶାକର୍ମୀଙ୍କୁ ଆକ୍ରମଣ ମାମଲାରେ ସମୁଦ୍ରକୂଳ ଥାନା ପୁଲିସ ଆଉ ୫ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପେଣ୍ଠକଟା ଅଞ୍ଚଳର ଏମ୍. ଶିବାଜୀ(୨୧), କେ.ବାଙ୍ଗା ରାଜୁ(୨୩), ଗୋଶାଳା ଫାଲା ରାଜୁ(୩୦), ବି. ସୀମାଚଳମ୍(୩୦), ପି.ମୁସୁଲି(୩୫) । ଗତ ଜୁଲାଇ ୨୬ ତାରିଖରେ ଆଶାକର୍ମୀଙ୍କୁ ଆକ୍ରମଣ ଘଟଣାକୁ ସମୁଦ୍ରକୂଳ ଥାନାରେ ଭାରତୀୟ ଦଣ୍ଡବିଧି ଆଇନ୍ର ବିଭିନ୍ନ ଦଫାରେ ୪ଟି ମାମଲା ରୁଜୁ କରାଯାଇଛି ।
