Odisha news

ପୁରୀ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ।

0
ପୁରୀ, ୨୧/୪ : ରାଜ୍ୟ ପରିବହନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ  ସରକାରୀ ଟିକସ ଫାଙ୍କିବା, ଡ୍ରାଇଭିଂ ଲାଇସେନ୍ସ ନଥିବା ଏବଂ ଗାଡ଼ିର ପରମିଟ ନଥିବା ଅଭିଯୋଗରେ ପୁରୀ ଆଞ୍ଚଳିକ  ପରିବହନ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ଚଢାଉ କରାଯାଇଛି l ବିଭିନ୍ନ ସ୍କୁଲକୁ ନେବା ଆଣିବା କରୁଥିବା ସ୍କୁଲ ବସ ଗୁଡ଼ିକୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯଥା ଅସ୍ତରଙ୍ଗ, ସତ୍ୟବାଦୀ, ନିମାପଡା ଠାରେ ଯାଞ୍ଚକରାଯାଇ ଚାଲାଣ କଟା ଯାଇଛି l ଏ ବାବଦରେ ୩ ଲକ୍ଷ ୩୧ ହଜାର ୨ ଶହ ୬୦ ଟଙ୍କା ଆଦାୟ ହୋଇଛି l ଏଥିସହ ନିମାପଡା ଡିଏଭି ସ୍କୁଲର ଏକ ବସକୁ ଜବତ କରାଯାଇଛି l ଚାରିଛକ ଆଉଟ୍ ପୋଷ୍ଟ ଠାରେ ଅଟୋ ରିକ୍ସା ଗୁଡ଼ିକୁ ମଧ୍ଯ ଯାଞ୍ଚ କରାଯାଇଛି l ୧୭ଟି ଟାଟା ମ୍ୟାଜିକ ଭ୍ୟାନ ଓ ବସ ଉପରେ ଚାଲାଣ କଟା ଯାଇଛି l ପରମିତ୍ ନଥାଇ ଚଳାଚଳ କରୁଥିବା ୮ ଟି ବସକୁ କ୍ଷତି ପୂରଣ ଦେବାକୁ ପଡ଼ିଛି l ୩ ଟି ବସ ସରକାରୀ ଟିକସ ଫାଙ୍କିଥିବା ଅଭିଯୋଗରେ ଅଟକ ରଖାଯାଇଛି  ବୋଲି ଏହି ସୂଚନା ଦେଇଛନ୍ତି ପୁରୀ ଆରଟୀଓ ସମୀର ରଞ୍ଜନ ଦଳେଇ।
IEC 2 years
Leave A Reply