Odisha news

ପିକେଡିଏର ରଜତ ଜୟନ୍ତୀ ପାଳିତ

0
ପୁରୀ- ତା.୦୧.୦୪.୨୦୨୨- ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଏହାର ରଜତ ଜୟନ୍ତୀ ପାଳନ କରିଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ନୀତି ପ୍ରଶାସକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ପିକେଡିଏ ସଚିବ ଡଃ ଲଲାଟେନ୍ଦୁ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ,  ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପିକେଡିଏର ୱେବସାଇଟ୍ ଓ ବିଗତ ବର୍ଷର ସଫଳତାକୁ ନେଇ ଏକ ପୁସ୍ତିକା ଉନ୍ମୋଚନ ହୋଇଥିଲା । ଗବେଷଣା ସହାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
IEC 2 years
Leave A Reply