Odisha news

ହଟସ୍ପଟ ଆଡ଼କୁ ମୁହାଁଉଛି ପୁରୀ ଜିଲ୍ଲା

0

ପୁରୀ,୨ା୮:କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପୁରୀ ଜିଲ୍ଲା ଏବେ ହଟସ୍ପଟ ଆଡ଼କୁ ମୁହାଁଉଛି । ଗତକାଲି ସୁଦ୍ଧା ପୁରୀ ଜିଲ୍ଲାରେ ୮୦୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୪୨୧ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସରକାରୀ ଭାବେ ଜଣାଯାଇଛି । ଇତି ମଧ୍ୟରେ କୃଷ୍ଣପ୍ରସାଦରୁ ଜଣେ , ଗୋପ ବ୍ଲକରୁ ଜଣେ ଓ ପୁରୀ ପୌରାଞ୍ଚଳରୁ ଜଣେ ଲେଖାଏଁ ବ୍ୟକ୍ତି କରୋନାରେ ମୃତୁ୍ୟବରଣ କରିଥିବା ବେଳେ ଜିଲ୍ଲାରେ ଗତକାଲି ସୁଦ୍ଧା ୬୦ ଟି କଣ୍ଟେନମେଣ୍ଟ ଜୋନ୍ ରହିଛିି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ପୁରୀ ଜିଲ୍ଲାର ପିପିଲି ବ୍ଲକରେ ୩୭ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୫ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ସତ୍ୟବାଦୀ ବ୍ଲକରେ ୪୨ଟି ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩ଜଣ, ଡେଲାଙ୍ଗ ବ୍ଲକରେ ୫୮ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣ ସକ୍ରିୟ ସଂକ୍ରମିତ ଏବେବି ଚିକିତ୍ସାଧିନ ଅଛନ୍ତି । କଣାସ ବ୍ଲକରେ ୯୦ଟି ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ପୁରୀ ସଦର ବ୍ଲକରୁ ଚିହ୍ନଟ ୨୪ପଜିଟିଭ ମଧ୍ୟରୁ ୧୧ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ବ୍ରହ୍ମଗିରିର ଚିହ୍ନଟ ୧୦୨ପଜିଟିଭ  ମଧ୍ୟରୁ ୪୫ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କୃଷ୍ଣପ୍ରସାଦ ବ୍ଲକରେ ୫୫ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୫ ସକ୍ରିୟ ସଂକ୍ରମିତ  ଚିକିତ୍ସାଧିନ ଅଛନ୍ତି  ।

ଗୋପ ବ୍ଲକରେ ୪୬ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୧୫ଜଣ ସକ୍ରିୟ ସଂକ୍ରମିତ  ଚିକିତ୍ସାଧିନ ଅଛନ୍ତି । ନିମାପଡ଼ା ବ୍ଲକରେ ଚିହ୍ନଟ ୪୨ପଜିଟିଭଙ୍କ ମଧ୍ୟରୁ ୨୪ ସକ୍ରିୟ ସଂକ୍ରମିତ  ଚିକିତ୍ସାଧିନ ଥିବା ବେଳେ କାକଟପୁର ବ୍ଲକର ଚିହ୍ନଟ ୫୪ପଜିଟିଭଙ୍କ ମଧ୍ୟରୁ ୧୫  ସକ୍ରିୟ ସଂକ୍ରମିତ  ଚିକିତ୍ସାଧିନ ଅଛନ୍ତି । ସେହିପରି ଅସ୍ତରଙ୍ଗ ବ୍ଲକରେ ଚିହ୍ନଟ ୩୪ଜଣ ପଜିଟିଭଙ୍କ ମଧ୍ୟରୁ ୧୩ଜଣ  ସକ୍ରିୟ ସଂକ୍ରମିତ  ଚିକିତ୍ସାଧିନ ଅଛନ୍ତି । ପିପିଲି ଏନ୍ଏସିର ୨ପଜିଟିଭ ଆକ୍ରାନ୍ତ ଚିକିତ୍ସାଧିନଥିବାବେଳେ କୋଣାର୍କ ଏନଏସିର ଚିହ୍ନଟ ୩ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତା ଓ ନିମାପଡ଼ା ଏନ୍ଏସିର ଚିହ୍ନଟ ୨ ଆକ୍ରାନ୍ତ ଚିକିତ୍ସାଧିନ ଏବେବି ଚିକିତ୍ସାଧିନ ଥିବା ଜଣାଯାଇଛି  । ତେବେ ପୁରୀ ମୁ୍ୟନିସପାଲିଟିରେ ୨୧୨ଜଣ ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ୧୪୮ଜଣ  ସକ୍ରିୟ ସଂକ୍ରମିତ  ଚିକିସôାଧିନ ଅଛନ୍ତି । ପୁରୀ ପୌରାଞ୍ଚଳରେ ଶତାଧିକ ଆକ୍ରାନ୍ତ ଚିକିସôାଧିନ ଥିବା ବେଳେ କୃଷ୍ଣପ୍ରସାଦ ଓ ବ୍ରହ୍ମଗିିରିରୁ ଚିହ୍ନଟ ପଜିଟିଭମାନଙ୍କ ମଧ୍ୟରୁ ବହୁ ଆକ୍ରାନ୍ତ ଏବେ ଚିକିସôାଧୀନ ଅଛନ୍ତି  । ଗତ ୩ଦିନ ଧରି କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୬୫ଜଣ ପଜିଟିଭଙ୍କୁ ଚିହ୍ନଟ ହେବା  ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି ।

IEC 2 years
Leave A Reply