Odisha news

ଅକ୍ଷୟପାତ୍ର ଫାଉଣ୍ଡେସନ ବିଲଡିଂ ସିଲ୍

ପୁରୀ,୧୫/୭-ରଥଯାତ୍ରା ସମୟରେ କଫୁ୍ର୍ୟ ନିୟମ ଉଲଂଘନ କରିଥିବା ଅଭିଯୋଗ ରେ ବଡଦାଣ୍ଡ ର ମାଉସୀ ମାଆ ମନ୍ଦିର ଛକ ରେ ଥିବା ଅକ୍ଷୟପାତ୍ର ଫାଉଣ୍ଡେସନ କୁ ସିଲ କରିଛି ପ୍ରଶାସନ ।ଗତ ଜୁଲାଇ ୧୨ ତାରିଖ ଦିନ ବଡଦାଣ୍ଡ ରେ ଶ୍ରୀଜିଉ ଙ୍କ ରଥ ଯାଉଥିବା ସମୟରେ ଅକ୍ଷୟପାତ୍ର ଫାଉଣ୍ଡେସନ ବିଲଡିଂ ର ଛାତ ଓ ବାଲକୋନୀ ରେ ରାଜ୍ୟ ବାହାରର ଯାତ୍ରୀ ମାନେ ଠିଆ ହୋଇ କଟକଣା ଉଲଂଘନ କରୁଥିବା ଅଭିଯୋଗ ହୋଇଥିଲା । ଭିଡିଉ ଫୋଟେଜ ଅନୁଧ୍ୟାନ କରିବା ପରେ ଅଭିଯୋଗ ସତ୍ୟତା ର ପ୍ରମାଣ ମିଳିବାରୁ ଅକ୍ଷୟପାତ୍ର ଫାଉଣ୍ଡେସନ ବିଲଡିଂ କୁ ସିଲ କରାଯାଇଥିବା ଉପଜିଲାପାଳ ଭବତରଣ ସାହୁ କହିଛନ୍ତି । ସୁଚନା ଯୋଗ ଯେ, ଗତକାଲି କର୍ଫ୍ୟୁ ନିୟମ ଉଲଂଘନ ଅଭିଯୋ ରେ ବଡଦାଣ୍ଡ ରେ ଥିବା ଗଙ୍ଗା ଲଜ କୁ ସିଲା କରାଯାଇଥିଲା ।

Comments are closed.