ପୁରୀ,୧୫/୭-ଶ୍ରୀ ଜିଉ ମାନେ ନବଦିନ ଯାତ୍ରା ରେ ଆସି ଗୁଣ୍ଡିଚା ମନ୍ଦିର ରେ ଅବସ୍ଥାନ କରୁଛନ୍ତି । ମହାମାରୀ କରୋନା ଜନିତ କଟକଣା ଯୋଗୁଁ ଶ୍ରୀ ଗୁଣ୍ଡିଂଚା ମନ୍ଦିର ମଧ୍ୟକୁ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଛି ।ତେବେ ଶରଧାବାଲି ଅଂଚଳରେ ଜନ ସମାଗମ ସମ୍ଭାବନା ରହିଛି । ତାହା କୁ ଆଖି ଆଗରେ ରଖି କୋଭିଡ୍ କଟକଣା ଉଲଂଘନ ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଗୁଣ୍ଡିଚା ମନ୍ଦିର ଚତୁପାର୍ଶ୍ୱର୍ର୍ର୍ ଅଂଚଳରେ ପୁର୍ନବାର ୧୪୪ ଧାରା ଯାରି କରାଯାଇଛି । ଭୋଳାନାଥ ବିଦ୍ୟାପୀଠ ଠାରୁ ଖାକିମଠ ନୁଆସାହି ଛକ ଗୁଣ୍ଡିଚା ମନ୍ଦିର ସମେତ ଶରଧାବାଲି ଅଂଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଯାରି କରାଯାଇଛି । ଆଜି ସକାଳ ୬ଟା ଠାରୁ ୧୯ ତାରିଖ ଦିନ ରାତି ୮ଟା ପର୍ଯ୍ୟନ୍ତ କଟକଣା ବଳବତର ରହିବ ବୋଲି ଯାରି କରାଯାଇଥିବା ନିର୍ଦେଶ ନାମା ରେ ଉଲ୍ଲେଖ କରାଯାଇଛି । ସଂପୃକ୍ତ ଅଂଚଳ ରେ ଯାନାବାହାନ ଚଳାଚଳ କୁ ନିଷେଧ କରାଯାଇଛି । ତେବେ କେବଳ ଅନୁମତି ପ୍ରାପ୍ତ ଗାଡି ଗୁଡିକୁ ଯିବା ଲାଗି ସୁଯୋଗ ଦିଆଯିବ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି ।
Comments are closed.