ପୁରୀ,୯ା୭:ଆସନ୍ତା ୧୨ ତାରିଖ ସୋମବାରଦିନ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କୋଭିଡ଼ କଟକଣା ମଧ୍ୟରେ ଚଳିତ ବର୍ଷର ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ତିନି ରଥର ପ୍ରଭା ଫିଟିଙ୍ଗ କାର୍ଯ୍ୟ ଶେଷ ହୋଇଛି । ଏଥିସହ ତିନି ରଥର ଦୁଆରବେଢାରେ କନା ମଣ୍ଡଣି ସହିତ ମଗର ବେଢାର ବତା ଗୁଡ଼ିକରେ ମଗର ପଟି ପଡ଼ିବା ଶେଷ ହୋଇଛି । ଦରଜୀସେବକମାନେ ବତା କନା ଗୁଡ଼ିକର ଯୋଡ଼ଣି କାର୍ଯ୍ୟ ଓ ତିନିରଥର ସାରଥୀମାନଙ୍କ ପୋଷାକ ନିର୍ମାଣ ମଧ୍ୟ ଶେଷ କରିଛନ୍ତି । ଏଥିସହିତ ଠାକୁରମାନଙ୍କ ବିଜେ ସମୟରେ ପଟୁଆରରେ ଆସୁଥିବା କଳା ଛତି, ଧଳାଛତି ଓ ଓଲାରେ କନା ପଡ଼ିବା କାର୍ଯ୍ୟ ଜାରି ରଖିଛନ୍ତି ।
Comments are closed.