Odisha news

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମ୍ପନ୍ନ କରିବା ଲାଗି ରବିବାର ରାତିରୁ ମଙ୍ଗଳବାର ରାତି ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ

ପୁରୀ,୯ା୭:କୋଭିଡ଼ କଟକଣା ମଧ୍ୟରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମ୍ପନ୍ନ କରିବା ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଛି । ରଥଯାତ୍ରା ଲାଗି ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ କଫୁ୍ୟ ଜାରି କରାଯିବ । ତେବେ ପୁରୀସହରର ଜନସାଧାରଣଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ଶନିବାର ସଟଡ଼ାଉନ୍ କଟକଣାକୁ କୋହଳ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରଦତ୍ତ ନିଦେ୍ର୍ଦଶ ନାମାରେ କୁହାଯାଇଛି । ମହାପ୍ରଭୁଙ୍କ ରଥ ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବା ଲାଗି ସମସ୍ତ ସେବାୟତମାନେ ଉଦ୍ୟମ କରୁଛନ୍ତି । ସେବାୟତମାନଙ୍କ ମଧ୍ୟରେ ଉତ୍ସାହ ରହିଛି । କୋଭିଡ଼ ପରିସ୍ଥିତି ଯୋଗୁଁ ଗତ ବର୍ଷ ଭଳି ଚଳିତ ବର୍ଷର ରଥଯାତ୍ରା ବଡ଼ ଚ୍ୟଲେଞ୍ଜ ହୋଇଥିଲେ ମଧ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ ରଥଯାତ୍ରାର ପହଣ୍ଡି ଶେଷ ହେବ ବୋଲି ସେ ଆଶାାବାଦୀ ଥିବା ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡ଼କ୍ଟର କ୍ରିଷନ କୁମାର କହିଛନ୍ତି ।

Comments are closed.