ମିଶରରେ ଜଣେ ୧୨ ବର୍ଷୀୟ ବାଳକ ବିନା ବ୍ରେକ୍ରେ ଘଣ୍ଟା ଘଣ୍ଟା ଧରି ଅନ୍ଲାଇନ୍ ଭିଡିଓ ଗେମ୍ ପବ୍ଜି ଖେଳୁଥିଲା । ଏହି ସମୟରେ ହାର୍ଟ ଆଟାକ୍ ହୋଇ ତାର ମୃତୁ୍ୟ ହୋଇଥିଲା । ବାପା-ମା’ ତା ରୁମ୍କୁ ଯିବାରୁ ବେହୋସ୍ ଅବସ୍ଥାରେ ପାଇଲେ ଓ ତୁରନ୍ତ ହସ୍ପିଟାଲ ନେଇଥିଲେ । ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାର ମୃତୁ୍ୟ ହୋଇଥିଲା । ତାର ମୃତୁ୍ୟ ପରେ ଅଲ-ଅଜହର ଫତୱା ସେଣ୍ଟର ପବ୍ଜି ଭଳି ଗେମ୍ ବିରୋଧରେ ଚେତାବନୀ ଜାରି କରିଛି । ଏହି ଗେମ୍ ପ୍ରଥମରୁ ସରଳ ଲାଗିଲେ ମଧ୍ୟ ଧୀରେ ଧୀରେ ନିଜର ଗୁଲାମ ବନାଇଥାଏ । ରୋମାଞ୍ଚର ସୌକିନ୍ ଥିବା ପିଲାଙ୍କୁ ଏହି ଗେମ୍ ଆକର୍ଷିତ କରିଥାଏ । କାରଣ ଏହି ଗେମ୍ ଶିଖାଇଥାଏ ଯିଏ ବେଷ୍ଟ୍ ଖେଳାଳି ହେବ ସେ ଶେଷ ପର୍ଯ୍ୟନ୍ତ ରହିବ ।
