Odisha news

ପଞ୍ଜାବ ରେ ରେଳଧାରଣା ଉଡ଼ାଇବାର ଷଡଯନ୍ତ୍ର କରୁଛି ପାକିସ୍ତାନ, ହାଇ ଆଲର୍ଟ ଜାରି

0
ନୂଆଦିଲ୍ଲୀ : ପାକିସ୍ତାନ ଗୁଇନ୍ଦା ବିଭାଗ ISI ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରିବାକୁ ଯୋଜନା ପ୍ରସ୍ତୁତ କରୁଥିବାର ସୂଚନା ମିଳିଛି l ମିଳିଥିବା ସୂଚନା ଅନୁସାରେ ISI ପଞ୍ଜାବ ଓ ନିକଟତର ରାଜ୍ୟ ର ରେଳଧାରଣା କୁ ଉଡ଼ାଇବାର ଷଡଯନ୍ତ୍ର କରୁଛି l ନିକଟରେ ପଞ୍ଜାବ ର ମୋହାଲି ରେ ପୋଲିସ କାର୍ଯ୍ୟାଳୟ ରେ ରକେଟ ପ୍ରପେଡ ଗ୍ରେନେଡ଼ ଆକ୍ରମଣ ହୋଇଥିଲା l କିନ୍ତୁ ସେହି ସମୟ ରେ କେହି ହତାହତ ହୋଇଥିବାର ସୂଚନା ମିଳିନାହିଁ , କିନ୍ତୁ ପ୍ରାସାଦ ଗୁଡିକର କ୍ଷୟକ୍ଷତି ହୋଇଥିଲା l
ଇଣ୍ଡିଆ ଟୁଡ଼େ ର ତଥ୍ୟ ଅନୁସାରେ ଇଣ୍ଟେଲିଜେନ୍ସ ଏଜେନ୍ସି ଗୁଡିକ ପାକିସ୍ତାନ ର ISI ର ସମ୍ବନ୍ଧ ରେ ଆଲର୍ଟ ଜାରି କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ମାଲ ଗାଡି ଗୁଡିକୁ ନଷ୍ଟ କରିବା ପାଇଁ ରେଳଧାରଣକୁ ଉଡାଇବା ପାଇଁ ପ୍ଲାନ ପ୍ରସ୍ତୁତ କରାଯାଉଛି l ଭାରତୀୟ ଏଜେନ୍ସି ଗୁଡିକ ସୂଚନା ଦେଇଛନ୍ତି ଯେ ISI ପକ୍ଷରୁ ଭାରତରେ ବଡ ଧରଣର ସହଯୋଗ ନିଜର ଅପରେଟିଭ ମାନଙ୍କୁ କରୁଛି l ୱେବସାଇଟ ଅନୁସାରେ ପାକିସ୍ତାନ ର ସ୍ଲିପର ସେଲସ ଭାରତରେ ଉପସ୍ଥିତ ଅଛନ୍ତି ଓ ସେମାନଙ୍କୁ ଆତଙ୍କବାଦୀ ଙ୍କ କାର୍ଯ୍ୟକାଳପ ପାଇଁ ମୋଟା ଅଙ୍କ ଦିଆଯାଉଛି l
Leave A Reply