Odisha news

ଶନିବାର ଦିନ କେଉଁ ତେଲରେ ଦୀପ ଲଗାଇଲେ କେଉଁ ଫଳ ପ୍ରାପ୍ତି ହୋଇଥାଏ

0

ସାଧାରଣ ଭାବରେ ଆମେ ଜାଣିଚୁ କେବଳ ମନ୍ଦିରରେ ହିଁ ଭଗବାନ ଙ୍କ ନିକଟରେ ତେଲ ଦୀପ ଅର୍ପଣ କରାଯାଇ ଥାଏ l କିନ୍ତୁ ମାନ୍ୟତା ଅନୁସାରେ ପ୍ରତି ଦିନ ଘରେ ତେଲ ଦୀପ ଦେବା ଶୁଭ ହୋଇଥାଏ l ଯଦି ଆପଣ ପ୍ରତିଦିନ ତେଲ ଦୀପ ଦେଇପାରୁ ନାହାନ୍ତି, ତେବେ ପ୍ରତି ଶନିବାର ଦିନ ତେଲ ଦୀପ ଟିଏ ଘରର ଠାକୁରଙ୍କ ନିକଟରେ ଦିଅନ୍ତୁ l

– କିନ୍ତୁ ଏହି ତେଲ ଦୀପ ଜଳାଇବା ପାଇଁ ବିଶେଷ ଭାବରେ ରାଶି ତେଲ ର ପ୍ରୟୋଗ କରନ୍ତୁ l ଏହା ଘରର ନକାରାତ୍ମକ ଶକ୍ତିକୁ ଦୁରେଇ ଥାଏ, ଏହାଛଡା ଘରେ ସୁଖ ସମୃଦ୍ଧି ର ମଧ୍ୟ ବାସ ହୋଇଥାଏ l

– ମାନ୍ୟତା ରହିଛି ଯେ ଘରେ ରାଶି ତେଲ ର ଦୀପ ଜଳାଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି l ତେଣୁ ନିୟମିତ ରାଶି ତେଲର ଦୀପ ନିହାତି ପୂଜା କରିବା ସମୟରେ ଠାକୁର ଙ୍କ ନିକଟରେ ଅର୍ପଣ କରନ୍ତୁ l

– ଯଦି ଶନି ଦେବ ଙ୍କ ସାଢେ ସାତୀ ପ୍ରକୋପ ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଘରର ଠାକୁର ଘରେ ରାଶି ତେଲ ର ଦୀପ ଜଳାଇବା ଦ୍ୱାରା ଆପଣଙ୍କ ସାଢେ ସାତୀ ପ୍ରକୋପ ରୁ ମୁକ୍ତି ମିଳିଥାଏ l

– ଯଦି ଆପଣଙ୍କ ରାଶିରେ ମଙ୍ଗଳ ଙ୍କ ପ୍ରକୋପ ରହୁଛି ତେବେ ପ୍ରତିଦିନ ଘରେ ରାଶି ତେଲର ଦୀପ ଜଳାନ୍ତୁ l ଏହାଦ୍ୱାରା କୁଣ୍ଡଳୀ ରେ ମଙ୍ଗଳ ମଜବୁତ ହେବେ l ଏବଂ ହନୁମାନ ଙ୍କ କୃପା ମଧ୍ୟ ରହିବ l

– ଯଦି ଆପଣଙ୍କ ଜାତକ ରେ ଚନ୍ଦ୍ରମା ଙ୍କ ପ୍ରକୋପ ରହୁଛି ତେବେ ପ୍ରତି ଗୁରୁବାର, ସୋମବାର ରାଶି ତେଲ ଦୀପ ଜଳାଇବା ଖୁବ ଜରୁରୀ l ନଚେତ ଘରେ ନକାରାତ୍ମକ ଉର୍ଜା ବାସ କରିଥାଏ, ଓ ପରିବାର ସଦସ୍ୟ ଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ l

– ପ୍ରତି ଷୋମବାର ଦିନ ଘରେ ରାଶି ତେଲର ଦୀପ ଜଳାଇବା ଦ୍ୱାରା ମହାବୀର ହନୁମାନଙ୍କ କୃପା ଲାଭ ହୋଇଥାଏ, ଏବଂ ଘର ସମସ୍ତ ବାଧା ବିଘ୍ନ , ଜୀବନ ର ଚିନ୍ତା ଓ ଦୁଃଖ କଷ୍ଟ ଦୂର ହୋଇଥାଏ l ଏବଂ ଆପଣଙ୍କ ପରିବାର ଉପରେ ସର୍ବଦା ମହାବୀର ଙ୍କ କୃପା ରହିଥାଏ l

Leave A Reply