Odisha news

ପୂଜା ସମୟ ରେ ଦୀପ ଜଳାଇବା ପରେ କଦାପି କରନ୍ତୁ ନାହିଁ ଏହି ଭୁଲ , ଦୁରେଇ ଯିବ ଆପଣଙ୍କ ଜୀବନର ସମସ୍ତ ଭଲ ସମୟ  

0

ଆମ ହିନ୍ଦୁ ଧର୍ମରେ ପୂଜା ସମୟ ରେ ଈଶ୍ୱରଙ୍କ ନିକଟରେ ଜଳ, ଫୁଲ, ଅଗ୍ନି, ପ୍ରସାଦ ସବୁକିଛି ଅର୍ପଣ କରାଯାଇ ଥାଏ l ଯାହାକି ପୂଜାର ଗୋଟିଏ ଗୋଟିଏ କର୍ମ ହୋଇଥାଏ l ଭବିଷ୍ୟ ପୁରାଣ ଅନୁସାରେ ଆମେ ପୂଜା ସମୟ ରେ ଜଳାଉଥିବା ଦୀପ ଆମ ଜୀବନ ର ଅନ୍ଧକାର କୁ ଦୂର କରିଥାଏ, କିନ୍ତୁ ଏହି ଦୀପ କୁ ନେଇ କିଛିଟା ଭୁଲ ଆଦୌ କରିବା ମଧ୍ୟ ଉଚିତ ନୁହେଁ l

ଭବିଷ୍ୟ ପୁରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ୱାରା ଯୁଧିଷ୍ଠିର ଙ୍କୁ ଦୀପ ଦାନର ମହତ୍ୱ ବିଷୟରେ କୁହାଯାଇ ଥିଲା l ଏଥିରେ ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିର ଙ୍କୁ ଦୀପ ଦାନ ର ବିଧି, ଦୀପ ଲିଭାଇବା, ଏବଂ ଦୀପ ପୂଜା ସ୍ଥାନରୁ କାଢ଼ିବା ବିଷୟ ରେ କହିଛନ୍ତି l

– ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଜଳୁଥିବା ଦୀପ ର କଦାପି ସ୍ଥାନ ପରିବର୍ତ୍ତନ ହେବା ଉଚିତ ନୁହେଁ l ଏହା ଆପଣ ଭଗବାନ ଙ୍କୁ ଯେଉଁ ସମୟ ରେ ସମର୍ପଣ କଲେ ସେଠାରେ ହିଁ ରହିବା ଜରୁରୀ l

– ଭବିଷ୍ୟ ପୁରାଣ ରେ ଶ୍ରୀକୃଷ୍ନ କହିଛନ୍ତି ଦୀପ ବନ୍ଧା ଯାଉଥିବା ସମୟ ରେ ଅଚାନକ ଯଦି ଲିଭି ଯାଇଥାଏ ତେବେ ଅଶୁଭ ହୋଇଥାଏ l କାହିଁକି ନା ହିନ୍ଦୁ ଧର୍ମରେ ଈଶ୍ୱରଙ୍କ ନିମିତ୍ତ ଉଦ୍ଧିଷ୍ଟ ଦୀପ ଯଦି କେହି ଫୁଙ୍କି ଲିଭାଇ ଦେଇଥାଏ ତେବେ ସେ ୭ଜନ୍ମ ପର୍ଯ୍ୟନ୍ତ ଅନ୍ଧ ହୋଇ ରହିଥାଏ l

– ଦୀପ କୁ ଲିଭାଇବା ଅର୍ଥ ଅଗ୍ନି ଙ୍କୁ ଲିଭାଇବା ହୋଇଥାଏ, ଏବଂ ଅଗ୍ନି ପବିତ୍ରତା ଓ ଶୁଦ୍ଧତା ର ପ୍ରତୀକ ଅଟନ୍ତି l ଏବଂ ଆମେ ଯଦି ଜାଣିଶୁଣି ଦୀପ ଲଭଇ ଦେଇଥାଉ ତେବେ ଘରର ସୁଖ ସମୃଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ  , ଏବଂ ଦରିଦ୍ରତା ଛାଇ ଯାଇଥାଏ l

Leave A Reply